Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢାଖୋଲ୍: ବଦଳିପାରେ ବିଧାୟକ ନେତୃତ୍ୱ

ରେଡା଼ଖୋଲ୍ : ଦିନ ଯେତିକି ଗଡୁଛି ରାଜନୀତିର ବାସ୍ନା ସେତିକି ମହକୁଛି । ରେଢାଖୋଲ ନିର୍ବାଚନ ମଣ୍ଡଳୀର ନେତୃତ୍ୱ ନେଇ ବର୍ତ୍ତମାନ ଯେମିତି ଟଣା ଓଟରା ଚାଲିଛି ସେଥିରୁ ବିଧାୟକ ପାଇଁ ନୂଆଁ ନେତୃତ୍ୱର ମହକ ଆସୁଛି। ନିଜ ନିଜ ମଧ୍ୟରେ ଗୋଡ ଟଣାଟଣିରେ ବିଜେଡି ଓ ବିଜେପି ରହିଥିବାରୁ,ଏହା ଲାଗି ରହିଲେ କଂଗ୍ରେସ ଏଥର ଫାଇଦା ନେବା ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବିଭିନ୍ନ ରାଜନୈତିକ ଚର୍ଚାରୁ ବାରି ହେଉଛି । ବିଜେପି ଓ ବିଜେଡିର ଆଗାମୀ ନେତୃତ୍ୱ କାହା ଉପରେ ହାଇକମାଣ୍ଡ ନିର୍ଭର କରୁଛନ୍ତି ତାହା ସେହି ସମୟହିଁ କହିବ । ବର୍ତ୍ତମାନ ଏହି ୨ ଦଳ ମଧ୍ୟରେ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ୨ ଦଳର ଗୋଡଟଣା କସରତର ଖେଳ ବର୍ତ୍ତମାନ ଘୁରି ବୁଲୁଥିବା ବେଳେ ରାଜନୈତିକ କର୍ମୀ ମାନଙ୍କ ମଧ୍ୟ ମତ ବଦଳିବାରେ ଲାଗୁଛି।

ରେଢାଖୋଲ୍ ନିର୍ବାଚନ ମଣ୍ଡଳୀ ଭୌଗଳିକ ଓ ଦୂରତାକୁ ଦେଖିଲେ ଏକ ବିଶାଳ ନିର୍ବାଚନ ମଣ୍ଡଳୀ ଓ ଭିନ୍ନ ଭିନ୍ନ ଯାଗାରେ ବିଭିନ୍ନ ଦଳର କାଟତି ରହିଛି। ଏପରି ଜାତି ଭିତ୍ତିକ ଭୋଟବି ଏକ ଆୟୁଧ। ସବୁକୁ ଆଖି ଆଗରେ ରଖି ବିଭିନ୍ନ ଦଳର ନେତା ନିଜ ନିଜ ସମର୍ଥକଙ୍କୁ ନେଇ ବର୍ତ୍ତମାନଠୁ ନିଜର କସରତ୍ ଆରମ୍ଭ କରି ନିଜ ପକ୍ଷରେ ଜନ ସମର୍ଥନ ହାସଲ କରିବାକୁ ଗୋଟି ଚାଲନା ଆରମ୍ଭ କରିଛନ୍ତି। ଏପରିକି ଆପ୍ ବି ଭିତରେ ଭିତରେ ନିଜର ପ୍ରଭାବ ବିସ୍ତାର ପାଇଁ ଜନ ସଂପର୍କ ଠୁ ସଭା ସମିତି କରି ନିଜର ଉପସ୍ଥିତି ଜାହିର କରିବାରେ ପଛାଇନି । ଏହା ସତ୍ତ୍ୱେ ବର୍ତ୍ତମାନ ସ୍ଥାନୀୟ ନେତୃତ୍ୱ ନେଇ ଏକ ବଡ ପ୍ରସଙ୍ଗ ସାମ୍ନାକୁ ଆସୁଛି । ସ୍ଥାନୀୟ ନେତୃତ୍ୱ ଅଭାବରେ ରେଡା଼ଖୋଲ୍ ରବିକାଶ ଦିଗହଜା ହେଭାଭଲି ଗଣମାଧ୍ୟମର ଏବେ ବିଶେଷ ପ୍ରସଙ୍ଗ ସାଜିଛି। ଅବଶ୍ୟ ୨୦୧୯ ସାଧାରଣ ନିର୍ବାଚନ ସମୟରେ ରେଢାଖୋଲ ଠାରେ ଏଭଳି ଜନମତ ସୃଷ୍ଟି ପାଇଁ ଏକ ପ୍ରଭାବଶାଳୀ ସଭାର ଆୟୋଜନ ହୋଇ ବେଶ୍ ଚର୍ଚା ସାଉଁଟି ଥିଲା ।

ବର୍ତ୍ତମାନ ଏଭଳି ସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ ସଚେତନତା ସଭା ଆୟୋଜନ ପାଇଁ ପ୍ରୟାସ ଚାଲିଥିବା ନେଇ ସରଗରମ୍ ଆଲୋଚନା ହେଉଛି। ଯାହାକି ଅଗଷ୍ଟ ୧୫ପରେ ଦେଖିବାକୁ ମିଳିବା ସମ୍ଭାବନା ରହିଛି । ଏଥିପାଇଁ ଆଜିଠୁ ଲୋକ ସଂପର୍କ କରାଯାଇ ରେଢାଖୋଲ ନେତୃତ୍ୱ ପାଇଁ ସ୍ଥାନୀୟ ପ୍ରାର୍ଥୀ ଉପରେ ଗୁରୁତ୍ୱ ଦିଆଯାଉଛି। ଏମିତରେ ଦେଖିବାକୁ ଗଲେ ବିଜେପି ଓ ବିଜେଡିରୁ ଯେଉଁ କେତେ ଜଣଙ୍କ ନାମ ଚର୍ଚାକୁ ଆସୁଛି ସମସ୍ତେ ନିର୍ବାଚନ ମଣ୍ଡଳୀ ବାହାରର ।ଏପରିକି ଏହି ନିର୍ବାଚନ ମଣ୍ଡଳୀରୁ ସେଭଳି କୌଣସି ଆଖି ଦୃଶିଆ ନେତା ଉଧେଇ ପାରୁନଥିବା ଯୋଗୁଁ ଏହାର ସୁଯୋଗ ନେଇ ମାଳ ମାଳ ନେତାଙ୍କ ଆଖି ଏବେ ରେଢାଖୋଲ ଉପରେ ପଡିଛି । ଏମିତି ନୁହେଁ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ନେତା ନାହାଁନ୍ତି,ବର୍ତ୍ତମାନର ବ୍ୟୟ ବହୁଳ ଖର୍ଚକୁ ଦେଖି ସେମାନଙ୍କ ମଧ୍ୟରେ ସେଭଳି ଆଗ୍ରହ ନଥିବା ସ୍ୱଷ୍ଟ ଜଣାପଡୁଛି।

ବର୍ତ୍ତମାନର ବିଧାୟକ ଉପରେ ଦଳର ଠିକାଦାର ନେତା ଓ କର୍ମିଙ୍କୁ ବାଦ ଦେଲେ ସେମିତିରେ ଦଳର ଅନ୍ୟ କର୍ମି ମହଳରେ ସେଭଳି କୌଣସି ଆଗ୍ରହ ରହୁଥିବା ପରିଲକ୍ଷିତ ହେଉନାହିଁ। ବିଗତ ୨ ଟର୍ମ ଧରି ବିଧାୟକ ଥାଇବି ସେଭଳି ଆଖି ଦୃଶିଆ କାମ ବାରି ହେଉନି। ବରଂ ଠିକାଦାରୀ କରଣ ଯୋଗୁଁ ଦଳ ବଦନାମ ହୋଇ ଦଳର ସାମାଜିକ ଚିନ୍ତାଧାରା ନେତା କର୍ମୀ ବିଧାୟକଙ୍କ ଠାରୁ ଦୂରେଇ ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକରେ ଏଭଳି ଏକାଧିକ ଦଳୀୟ ନେତା ବିଧାୟକଙ୍କ କାର୍ଯ୍ୟ କଳାପ ପ୍ରତି ସେଭଳି ସନ୍ତୁଷ୍ଟ ନାହାଁନ୍ତି। ଗତ ୫ ବର୍ଷ ମଧ୍ୟରେ ସେମିତି ଆଖି ଦୃଶିଆ କର୍ମୀ ସମ୍ମିଳନୀ ଟିଏବି ହୋଇନି । ଯାହାବି ହୋଇଛି ଗୋଟିଏ ଶ୍ରେଣୀକୁ ନେଇ ହେଉଛି। ସେମିତିରେ ଦେଖିବାକୁ ଗଲେ ଏହି ନିର୍ବାଚନ ମଣ୍ଡଳୀର ନାକଟି ଦେଉଳ, ଯୁଯୋମୁରା,ମାନେଶ୍ୱର ବ୍ଲକ ଓ ରେଢାଖୋଲ ଏନଏସିରେ ବିଧାୟକଙ୍କ ମନୋନୀତ ଅଧ୍ୟକ୍ଷ/ଅଧ୍ୟକ୍ଷା ବି ଉପାଧ୍ୟକ୍ଷ ପଦବିରେ କେହି ନାହାଁନ୍ତି। ଯିଏବି ଅଛନ୍ତି ସେମାନଙ୍କ ନିଜର ବୋଲି କୌଣସି ପତିଆରା ନାହିଁ । ଟଙ୍କା ଦେଇ ସମିତି ସଭ୍ୟ କିଣି ଦଳ ହାଇକମାଣ୍ଡ ପାଖରେ ଦଳର ଚିତ୍ର ପ୍ରଦର୍ଶନ କରାଯାଇଥିଲେ ବି ବାହ୍ୟ ଦଳ ବା ଠିକାଦାର ନେତାଙ୍କ ଛାୟା ଭଳି କାମ କରୁଥିବା ଜଳଜଳ ଦେଖାଦେଇଛି । ରେଢାଖୋଲ କୁ ବାଦ ଦେଇ କୌଣସି ବ୍ଲକରେ ଅଧ୍ୟକ୍ଷ ବା ଉପାଧ୍ୟକ୍ଷ କାର୍ଯ୍ୟାଳୟ ଖୋଲା ରହୁଥିବା ଦେଖିବାକୁ ପ୍ରତିୟମାନ ହେଉ ନଥିଲା। ସବୁ ଯେମିତି ବିଡିଓ ଓ ଠିକାଦାର ମାନେ ବ୍ଲକ ଚଲାଉଟିବା ଭଳି ପରିସ୍ଥିତି କାରଣରୁ ଭଲ ଲୋକ ମାନେ ବ୍ଲକ ମାଟିବି ମାଡୁନାହାଁନ୍ତି। ବ୍ଲକ ଗୁଡିକବି ବିଧାୟକଙ୍କ ପରଦା ପଛର ନେତାଙ୍କ ରାଜୁତି ଓ ବିକାଶ ପାଇଁ ଆସୁଥିବା ଅର୍ଥରାଶିକୁ ଯେଭଳି ଭାବେ ଦୁରୁପଯୋଗ କରାଯାଇଛି ତାହା ପ୍ରଶାନିକ କଳର ଅସହାୟତାର ପ୍ରମାଣ ଭଳି ପ୍ରତ୍ୟେକ ଯୋଜନାର କାମ ଦେଖିଲେ ସ୍ୱଷ୍ଟ ବାରିହେବ।

ଏଭଳି ଅବ୍ୟବସ୍ଥା ବିଭିନ୍ନ ପାର୍କ,୫ଟି ସ୍କୁଲ,ସୋଲାର ପାଣି ପମ୍ପ,ବିଭିନ୍ନ ସ୍ଥାନରେ ନିର୍ମାଣ ଧିନ କୋଠାର ଅବ୍ୟହାର,ପାଠାଗାର,ମିଶନଶକ୍ତି ଗୃହ,ପାଚେରୀ, କଙ୍କ୍ଲିଟ ରାସ୍ତା,ସବୁକୁ ଦେଖିଲେ ବାରି ହେଉଥିବା ଗୋଟିଏ କାମରେ ବିଭିନ୍ନ ପାଣ୍ଠିର ଅର୍ଥ ବ୍ୟବହାର କରି ଯେଉଁଭଳି ଅବିକଶିତ କାମ କରାଯାଇଛି ସେଥରେ ଜନସାଧାରଣ କେବଳ ଅସନ୍ତୁଷ୍ଟ ନୁହନ୍ତି। ବରଂ ନିମ୍ନ ମାନର କାମକୁ ୨ ଦିନ ତଳେ ଯୁଯୋମୁରା ବ୍ଲକ ଜଣ ଶୁଣାଣିରେ ନିଜେ ମାନି ଅଧିକାରୀଙ୍କୁ ତାଗିଦ କରିବା ଏହାର ସ୍ୱଷ୍ଟ ଉଦାହରଣ। ଏଭଳି ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବିଧାୟକଙ୍କ ପ୍ରତି ଅନେକଙ୍କ ଆସ୍ଥା ନଥିବା ଚର୍ଚା ହେଉଥିବା ବେଳେ ରେଢାଖୋଲ ମାଟିରେ ସାଂସଦ ମଧ୍ୟ ସେଭଳି କୌଣସି ଆଖିଦୃଶିଆ ଅନଦାନ ଦେଇ କୌଣସି ଏକ ଦୃଷ୍ଟାନ୍ତ ତିଆରି କରିପାରିନଥିବା ବେଳେ ଓ ରେଢାଖୋଲ କି ସଂପୂର୍ଣ୍ଣ ଭୁଲିଯାଇ ଯାହା ଉପରେ ନିର୍ଭର କଲେ ତାହା ନିଜ ବିଜେପି ଦଳ ପ୍ରତି କେଉଁ ଇମେଜ ତିଆରି କରିଛି ନିଜେ ସମୀକ୍ଷା କଲେ ଜାଣିପାରିବେ। ଏଭଳି ରାଜନୈତିକ ପାଣିପାଗର ଏହି ଗୋଲିଆ ପାଣିରୁ କଂଗ୍ରେସ କିନ୍ତୁ ବହୁ ଦୂରରେ। ଦୀର୍ଘଦିନ ଧରି ନିଜର ପରାକାଷ୍ଠା ଜାରି ରଖିଥିବା ବେଳେ କଂଗ୍ରେସ ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି ଓ ବିଭିନ୍ନ ସମସ୍ୟାକୁ ଆୟୁଧ କରି ନିଜର ଉଦ୍ୟମ ବଜାୟ ରଖିଛି । ୩ ଥର ପରାସ୍ତ ହୋଇଥିବା କଂଗ୍ରେସ ନେତାଙ୍କୁ ଥରେ ଏଥର ସୁଯୋଗ ଦେବା ଭଳି ଜନ ଆଲୋଚନା ଆରମ୍ଭ ହୋଇଛି । ପ୍ରକୃତରେ ଯଦି ଏହା ହୁଏ ତେବେ କଂଗ୍ରେସ ଗତ ନିର୍ବାଚନ ତୁଳନାରେ ଏଥର ଭଲ ଭୋଟ ସାଉଁଟିବା କିଛି ବଡକଥା ନୁହଁ।ବର୍ତ୍ତମାନ ସୁଦ୍ଧା ଆସବ ଅଲ୍ଲି ଖାଁକୁ ବାଦ୍ ଦେଇ କଂଗ୍ରେସ ପ୍ରାର୍ଥୀକୁ ନେଇ ସେମିତି କିଛି ଜଟିଳ ପରିସ୍ଥିତିବି ଦେଖାଯାଉନି। ପୁଣି ପ୍ରାର୍ଥୀ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ କଂଗ୍ରେସ ପ୍ରାର୍ଥୀକୁ ନେଇ ସେମିତି ବଡ କିଛି କୁପ୍ରଭାବର ବି ଆଶା କରାଯାଉନି ।

ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ଭୋଟର ମଧ୍ୟ ସଚେତନ ହେଉଥିବାରୁ ଭିତରେ ଭିତରେ କଂଗ୍ରେସ ପ୍ରତି ଚର୍ଚା ଆଲୋଚନା କ୍ରମଶଃ ବଢିବାରେବି ଲାଗୁଛି । ପ୍ରତିଶୃତି ଅପେକ୍ଷା ପ୍ରତିବଦ୍ଧତା ପ୍ରତି ଭୋଟରଙ୍କ ମତିଗତି ବଦଳୁ ଥିବାରୁ ଆସନ୍ତା ନିର୍ବାଚନ ଏକ ରୋଚକ ମୋଡ ନେବାର ସମ୍ଭାବନା ଦେଖାଦେଉଛି । ପୁଣି ରେଢାଖୋଲ କୁ ଦଳ ଆଉ ବଡ ନୁହେଁ ବ୍ୟକ୍ତିତ୍ୱ ଓ ଦୃଢ ନେତୃତ୍ୱର ନେତା ପାଇଁ ଅନେକ ଚିନ୍ତା କରୁଛନ୍ତି । ସ୍ଥନୀୟ ନେତୃତ୍ୱ ଓ ଦକ୍ଷ ବ୍ୟକ୍ତିତ୍ୱ ଏଭଳି ୨ ଟି ପ୍ରସଙ୍କ ଏବେ ରେଢାଖୋଲ ନିର୍ବଚନ ମଣ୍ଡଳି ପାଇଁ ବଡ ଚର୍ଚା ହୋଇଥିବାରୁ ଆଗକୁ କଣ ହେଉଛି ତାହା ଉପରେ ଏବେ ସଭିଙ୍କ ଅଖି ରହିଛି। ବର୍ତ୍ତମାନ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଇଂ ରୋହୀତ ପୂଝାରୀ ଏହି ନିର୍ବାଚନ ମଣ୍ଡଳୀର ନେତୃତ୍ୱ ନେଉଥିବା ବେଳେ ଆଗକୁ ଇଂ ପୂଝରୀଙ୍କ ସହିତ ପୁର୍ବତନ ମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ,ଯୁବ ବିଜେଡିର ସଞ୍ଜିତ ମହାନ୍ତି,ବିଜେଡିର ପୁର୍ବତନ ଜିଲ୍ଲା ସଭାପତି ପ୍ରମୋଦ କୁମାର ରଥ ଙ୍କ ସହିତ କିଛି ପୁର୍ବତନ ପ୍ରଶାସକ ଏଠାରୁ ପ୍ରତିନିଧିତ୍ୱ କରିବାକୁ ଆଶାବାଦୀ ରହିଛନ୍ତି,ସେହିପରି ବିଜେପିରୁ ଦେବେନ୍ଦ୍ର ମହାପାତ୍ର,ଗୋବିନ୍ଦ ଅଗ୍ରୱାଲ ଦଳୀୟ ଟିକଟ ହାତେଇବାକୁ ନିଜର କୌଶଳ ଚଳାଇଥିବା ବେଳେ ଆଉ କେତେକ ଅଦୃଶ୍ୟ ନେତାବି ଏହି ଦୌଡରେ ରହିଥିବା ଚର୍ଚା ହେଉଛି ।କିନ୍ତୁ ବର୍ତ୍ତମାନ ସୁ୍ଦ୍ଧା କଂଗ୍ରେସରୁ ଆସବଙ୍କୁ ବାଦ ଦେଇ ସେଭଳି କୌଣସି ନେତାଙ୍କ ନାମ ଆସୁନଥିବା ବେଳେ ଜିଲ୍ଲାର ଜଣେ ଟାଣୁଆ କ୍ରୀଡା ସଂଗଠକ ଦୁଲାଲ ପ୍ରଧାନଙ୍କୁ ରେଡା଼ଖୋଲ୍ ମୈଦାନକୁ ଅଣାଯିବା ଭଳି ଏକ କସରତ ହେଉଥିବା ଶୁଣିବାକୁ ମିଳୁଛି । ତେବେ ରେଡା଼ଖୋଲ୍ କୁ କଳେବଳେ କୌଶଳେ ବିଜେଡି ନିଜ ହାତ ମୁଠାରେ ରଖିବାକୁ ଦଳଡିଆଁ ନେତାଯେ ସାମ୍ନକୁ ନଆସନ୍ତି କିଏକହିବ। କଂଗ୍ରେସର ଅନେକ ନେତାଙ୍କ ପଛରେ ପଡିଛି ବିଜେଡି। ତେବେ ସେ ଯାହାବି ହେଉ ଏଥର ବଦଲୁଛି ନେତୃତ୍ୱ ଏହା ରାଜନୈତିକ ପାଣିପାଗରୁ ଜଣାପଡୁଛି। ସମୟ କହିବ ଏଥର ରେଢାଖୋଲର ନେତୃତ୍ୱ ଉପରେ ଦଳ ସବୁ କାହା କାହା ଉପରେ ଭରସା କରୁଛନ୍ତି? ଦଳର ଭରସା ଅପେକ୍ଷା ଭୋଟରହଙ୍କ ବ୍ୟକ୍ତିଗତ ମତଦାନହିଁ ଆଗାମୀ ସାଧାରଣ ନିର୍ବାଚନର ବଡ ପ୍ରସଙ୍ଗ ହୋଇ ଠିଆହେବା ସମ୍ଭାବନାକୁ ସହଜରେ ଏଡାଇ ଦିଆଯାଇ ନପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ