Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶାଖାପାଟଣାରେ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ର ଅବଧି ବୃଦ୍ଧି କଲେ ରାଜ୍ୟ ସରକାର; ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଠାରେ ରୋଗୀ ସହାୟତା କେନ୍ଦ୍ରର ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଅବଧିକୁ ଆଉ ଏକ ବର୍ଷ କାର୍ଯ୍ୟକ୍ଷମ ରଖିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।
ସହାୟତା କେନ୍ଦ୍ର ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏ ନେଇ ବୋଲି ସିଏମଓ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗରୀରୁ ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରୁଥିବା ଗରିବ ଏବଂ ଆଦିବାସୀଙ୍କୁ ଚିକିତ୍ସା ସହାୟତା ଜାରି ରଖିବାକୁ ଏହି ପଦକ୍ଷେପ ନିଆଯାଇଛି।

ରାଜ୍ୟ ସରକାର ୨୦୧୬ରେ ବିଶାଖାପାଟନମରେ ଏକ ରୋଗୀ ସହାୟତା କେନ୍ଦ୍ର ସ୍ଥାପନ କରିଥିଲେ କାରଣ ରାଜ୍ୟର ଏହି ଦୂରତମ ଅଞ୍ଚଳର ଲୋକମାନେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ନିକଟସ୍ଥ ବିଶାଖାପାଟନମ୍ ଉପରେ ନିର୍ଭର କରନ୍ତି। ମାଲକାନଗିରିର ରୋଗୀଙ୍କୁ ସେଠାରେ ମାଗଣା ଆବାସ ଏବଂ ଖାଦ୍ୟ ଯୋଗାଇ ଦିଆଯାଉଛି।

୨୦୧୬ ରୁ ୨୦୨୨ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ମେଡିକାଲକୁ ୫୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ