Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣ୍ଡା ଦର କମିଲା; ବଢ଼ିଲା ପାଉଁରୁଟି ମୂଲ୍ୟ

ଭୁବନେଶ୍ୱରରେ ଅଣ୍ଡା ଦର କମିବାରୁ ଖାଉଟିଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ରବିବାର ୟୁନିଟ୍-୪ ହାଟରେ ଅଣ୍ଡା ପିଛା ଦର ପ୍ରାୟ ଦେଢ଼ ଟଙ୍କା କମି ୭.୫୦ ଟଙ୍କାକୁ ଖସିଥିବା ବେଳେ କେତେକ ଦୋକାନରେ ୮ ଟଙ୍କାରେ ବିକ୍ରି ହୋଇଥିଲା। ତେବେ ରାଜଧାନୀର ଅନ୍ୟାନ୍ୟ ବଜାର ଓ ଛକରେ ଅଣ୍ଡା ଦର ୯ ଟଙ୍କା ରହିଥିଲା। ୟୁନିଟ୍-୪ ହାଟରେ ଦର କମିବା ଖବର ପାଇ ବହୁ ବେପାରୀ ଅଣ୍ଡା କିଣିବାକୁ ଭିଡ଼ ଜମାଇଥିଲେ। ସୋମବାରଠାରୁ ଖୁଚୁରା ବଜାରରେ ମଧ୍ୟ ଅଣ୍ଡା ଦର କମିପାରେ ବୋଲି ଆଶା କରାଯାଉଛି।

ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ସଂଘର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସଙ୍କ କହିବାନୁସାରେ, ଅଣ୍ଡାର ହୋଲସେଲ୍ ଦର କାର୍ଟୁନ ପିଛା ୨୦୦ ଟଙ୍କା କମି ବର୍ତ୍ତମାନ ୧୪୦୦ ଟଙ୍କାକୁ ଆସିଛି। ତଥାପି ଅନେକ ବ୍ୟବସାୟୀ ପୁରୁଣା ଦର ଦେଖାଇ ୧୪୬୦ରୁ ୧୪୮୦ ଟଙ୍କାରେ କାର୍ଟୁନ ବିକ୍ରି କରୁଥିବାରୁ ଖୁଚୁରା ବଜାରରେ ଦର ଏପର୍ଯ୍ୟନ୍ତ ଅଧିକ ରହିଛି।

ଅନ୍ୟପକ୍ଷରେ, ପାଉଁରୁଟି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। ଗତ ଏକ ମାସ ମଧ୍ୟରେ ପାଉଁରୁଟିର ଦର ପ୍ରାୟ ୫ ଟଙ୍କା ବଢ଼ିଛି। ବର୍ତ୍ତମାନ ୨୦ ଟଙ୍କିଆ ପାଉଁରୁଟି ୨୫ ଟଙ୍କା ଓ ୪୦ ଟଙ୍କିଆ ବ୍ରାଉନ ବ୍ରେଡ୍ ୪୫ ଟଙ୍କାରେ ବିକ୍ରି ହେଉଛି। ଦେଶରେ ଗହମ ଉତ୍ପାଦନ ପ୍ରଭାବିତ ହେବା ସହ ଚିନି ଦର ବୃଦ୍ଧି ଯୋଗୁଁ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ଏହି ଦରବୃଦ୍ଧି ଘଟିଛି। ଆଗାମୀ ଦିନରେ ପାଉଁରୁଟିର ଦର ଆହୁରି ବଢ଼ିପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ