Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷାରେ ବେହାଲ ଜମନକିରା ବ୍ଲକ୍ ଅଞ୍ଚଳ: ଭାଙ୍ଗିଲା ମାଟି ଘର, ବେଘର ହେଲେ ଅନେକ ପରିବାର

ଜମନକିରା : ଗତ କିଛି ଦିନ ହେବ ଜାରି ରହିଥିବା ଅବିଶ୍ରାନ୍ତ ଲଗାଣ ବର୍ଷା ଯୋଗୁଁ ଜମନକିରା ବ୍ଲକ ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତାର ୮ ଦିନ ଧରି ବର୍ଷା ଲାଗି ରହିବା ଫଳରେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି। ବିଶେଷ କରି ମାଟି ଓ ଚାଳ ଘର ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ଯାଇଛି ଘର ଦ୍ୱାର। ଗରିବ ଲୋକେ ହୋଇ ଯାଇଛନ୍ତି ବେସାହାରା।
ଦୀର୍ଘଦିନର ବର୍ଷା ଯୋଗୁଁ ମାଟି କାନ୍ଥ ଗୁଡ଼ିକ ଓଦା ହୋଇ ନରମି ଯିବାରୁ ଅନେକ ସ୍ଥାନରେ ଘରର କାନ୍ଥ ଓ ଛାତ ଭାଙ୍ଗି ପଡ଼ିଛି। ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ଗୌରୀ ସାହୁଙ୍କ ଘର କାନ୍ଥ ଭାଙ୍ଗି ଯାଇଛି। ସେହିପରି କେନାଡିପା ଗାଁର ଦିବ୍ୟରାଜ ମାଝୀଙ୍କ ମାଟି ଘରଟି ବର୍ଷା ପ୍ରକୋପରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଅନୁରୂପ ଭାବେ ସର୍ଡ଼ା ଗାଁର ଖଗେଶ୍ୱର ବାଘଙ୍କ ଘର ଏବଂ ବଡରମା ପଞ୍ଚାୟତ ଚିନିମହୁଳ ତେଲିପଡ଼ା ର ରାଜ କିଶୋର ବେହେରାଙ୍କ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଛାରଖାର ହୋଇଯାଇଛି। ଘରଦ୍ୱାର ଭାଙ୍ଗିଯିବା ଫଳରେ ସମ୍ପୃକ୍ତ ପରିବାର ଗୁଡ଼ିକ ନିଜର ମୁଣ୍ଡ ଗୁଞ୍ଜିବାକୁ ଜାଗା ନପାଇ ଖୋଲା ଆକାଶ ତଳେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଏହିପରି ସମସ୍ତ ବ୍ଲକ ଅନ୍ତର୍ଗତ ୮ଟି ରାଜସ୍ୱ ସର୍କଲ ରେ ପ୍ରାୟ ୧୪୦ ଜଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ନିଜ ନାଁରେ ରେକର୍ଡ ନଥିବା ଯୋଗୁଁ ପ୍ରାୟ ୪୧ ଜଣ କ୍ଷତିଗ୍ରସ୍ଥ ଲୋକ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି।ପାଣିପାଗ ସ୍ଥିତି ଓ ବର୍ଷାର ପରିମାଣ ଗତ ବୁଧବାର ଠାରୁ ଲଗାତାର ବର୍ଷା ହେବା ଫଳରେ ଜମି ସବୁ ଜଳମଗ୍ନ ହୋଇ ଯାଇଛି। ଦିନ ତମାମ ପ୍ରାୟ ସବୁ ଅଞ୍ଚଳରେ ୭୦ ରୁ ୮୦ ମିଲିମିଟର ବର୍ଷା ପ୍ରତ୍ୟେକ ଦିନ ଅବିଶ୍ରାନ୍ତ ବର୍ଷା ଚାଲିଛି। ସରକାରୀ ସହାୟତା ପାଇଁ କ୍ଷତିଗ୍ରସ୍ତ ଲୋକେ ଦାବି କରୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକୁ ତୁରନ୍ତ ଆଶ୍ୱାସନା ଓ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ବେଘର ହୋଇ ପଡ଼ିଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ କରି ଖାଦ୍ୟ ଓ ଆବଶ୍ୟକୀୟ ରିଲିଫ ସାମଗ୍ରୀ ପ୍ରଦାନ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି ଭାଙ୍ଗି ଯାଇଥିବା ଘର ଗୁଡ଼ିକର କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର ଆର୍ଥିକ କ୍ଷତିପୂରଣ ଦିଆଯିବା ସହ ‘ଅନ୍ତୋଦୟ ଆବାସ ଯୋଜନା’ କିମ୍ବା ଅନ୍ୟ ସରକାରୀ ଯୋଜନା ମାଧ୍ୟମରେ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଦାବି କରିଛନ୍ତି।
ଏସଂକ୍ରାନ୍ତରେ ତହସିଲଦାର ପ୍ରବୀଣା ବିଲୁଙ୍ଗଙ୍କୁ ପଚାରିବାରୁ, ଯାହାବି ଦରଖାସ୍ତ ଗ୍ରହଣ କରାଯାଇଛି, ସେଥି ମଧ୍ୟରୁ ଯାହାର ପଟ୍ଟା ନାହିଁ ସେମାନଙ୍କ ଛଡ଼ା ବାକି ସମସ୍ତଙ୍କୁ ଖୁବ୍ ଶୀଘ୍ର ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories