ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ବାଲିଗୁଡା, ତା, ୩୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ କାର୍ଯ୍ୟରତ ଯୁବ ଅଧ୍ଯାପକ ଦ୍ୱୟଙ୍କୁ ଭବ୍ଯ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ମହାବିଦ୍ୟାଳୟର ଇତିହାସ ଅଧ୍ଯାପକ ମାନସ ରଂଜନ ପ୍ରଧାନ ଖଡିଆଳ ସ୍ୱୟଂଶାସିତ ମହାବିଦ୍ଯାଳୟ କୁ ଓ ଅର୍ଥନୀତି ଅଧ୍ଯାପକ ଶିବ ଶଙ୍କର ମାଝୀ ମୟୂରଭଂଜର ବାଈଗଣବାଡିଆ ମହାବିଦ୍ଯାଳୟ କୁ ବଦଳି ହୋଇଥିବା ଜଣାପଡିଛି l ଏହି ପରିପ୍ରେକ୍ଷୀରେ ଅଧ୍ଯକ୍ଷ ଡ.ବିଭୁତି ଭୂଷଣ ଆଚାର୍ଯ୍ଯ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଦାୟ କାଳୀନ ଉତ୍ସବ ରେ ଶୈକ୍ଷିକ ପରାମର୍ଶଦାତା ତଥା କର୍ମଚାରୀ ସଂଘ ସଂପାଦକ ତେଜେଶ୍ୱର ନାୟକ, ସହ ସଂପାଦକ ହିମାଂଶୁ ଚରଣ ସାହୁ, ପ୍ରଶାସନିକ ଅଧିକାରୀ ଡ.ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ଯ ରଖି ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଶେଷରେ ଶ୍ରୀ ଦାସ ଧନ୍ଯବାଦ ଅର୍ପଣ କରିଥିଲେ l

