Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିକି ଭାଙ୍ଗି ଏସଏଚଜି ଗ୍ରୁପ୍‌ର ୫୦ ହଜାର ଟଙ୍କା ଲୁଟ୍; କଣ୍ଟାବାଞ୍ଜିରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ୍‌, ସିସିଟିଭିରେ ଫୋଟେଜ୍‌ କଏଦ୍‌ ।

ବଲାଙ୍ଗୀର,୧।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ସଂଘଠିତ ହୋଇଛି ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣା। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଏସଏଚଜି (SHG) ଗୋଷ୍ଠୀର ମହିଳାଙ୍କ ଗାଡ଼ି ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ମିଳିଥିବା ସୂଚନା ଅନୁଯାୟୀ, ତୁରେକେଲା ବ୍ଲକ କୁଇବାହାଲ ଗ୍ରାମର ‘ତ୍ରିବେଣୀ ଏସଏଚଜି’ ଗ୍ରୁପ୍‌ର ସଦସ୍ୟାମାନେ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଗାଡ଼ି ଡିକିରେ ରଖିଥିଲେ। କଣ୍ଟାବାଞ୍ଜି ଦୁଇ ନମ୍ବର ରୋଡ୍‌ ନିକଟରେ ସେମାନେ ଝାଳମୁଢ଼ି ଖାଉଥିବା ସମୟରେ, ପୂର୍ବରୁ ପିଛା କରୁଥିବା ୪ ଜଣ ସନ୍ଦିଗ୍ଧ ଲୁଟେରା ଦୁଇଟି ମୋଟରସାଇକେଲରେ ଆସି ପହଞ୍ଚିଥିଲେ। ଆଖିପିଛୁଳାକେ ଗାଡ଼ି ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏହି ସମ୍ପୂର୍ଣ୍ଣ ଚୋରି ଘଟଣାର ଦୃଶ୍ୟ ନିକଟସ୍ଥ ସିସିଟିଭି (CCTV) କ୍ୟାମେରାରେ କଏଦ ହୋଇଛି। ପୋଲିସ ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories