Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୬ରେ ବିଶ୍ୱସ୍ତରୀୟ ନେତା କିମ୍ବା ସେଲିବ୍ରିଟିଙ୍କୁ ବଡ଼ ବିପଦ? ନୋଷ୍ଟ୍ରାଡାମସ ଓ ଭାରତୀୟ ଜ୍ୟୋତିଷଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା

ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟା ନୋଷ୍ଟ୍ରାଡାମସଙ୍କ ସେଞ୍ଚୁରୀ–୧ର ୨୬ତମ ଶ୍ଲୋକକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଏହି ଶ୍ଲୋକରେ “ଦିନଦ୍ୱିପ୍ରହରରେ ଜଣେ ମହାନ ବ୍ୟକ୍ତି ବଜ୍ରାଘାତରେ ଆଘାତପ୍ରାପ୍ତ ହେବେ” ବୋଲି ଉଲ୍ଲେଖ ଥିବା କୁହାଯାଏ। ଏହାର ବ୍ୟାଖ୍ୟାକାରମାନଙ୍କ ମତରେ, ଏହି ‘ମହାନ ବ୍ୟକ୍ତି’ କୌଣସି ରାଜପରିବାରର ସଦସ୍ୟ, ବିଶ୍ୱନେତା କିମ୍ବା ଜଣେ ପ୍ରସିଦ୍ଧ ସେଲିବ୍ରିଟି ହୋଇପାରନ୍ତି।
ଏହା ସହିତ, କିଛି ଭାରତୀୟ ଜ୍ୟୋତିଷମାନେ ମଧ୍ୟ ଆଗାମୀ ମାସରେ ବିଶ୍ୱ ରାଜନୀତିରେ ବଡ଼ ଘଟଣା ଘଟିପାରେ ବୋଲି ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, କୌଣସି ପ୍ରଭାବଶାଳୀ ବିଶ୍ୱନେତାଙ୍କ ମୃତ୍ୟୁ କିମ୍ବା ହତ୍ୟାକାଣ୍ଡ ଭଳି ଘଟଣା ଘଟିବାର ସମ୍ଭାବନା ରହିଛି। ତେବେ ଏହି ସବୁ କେବଳ ଜ୍ୟୋତିଷୀୟ ଆକଳନ ଓ ଭବିଷ୍ୟବାଣୀ ମାତ୍ର।
ଉଲ୍ଲେଖଯୋଗ୍ୟ ଯେ, ନୋଷ୍ଟ୍ରାଡାମସଙ୍କ ଲେଖା କିମ୍ବା ଜ୍ୟୋତିଷୀମାନଙ୍କ ଦାବିକୁ ସମର୍ଥନ କରୁଥିବା କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଏଭଳି ଭବିଷ୍ୟବାଣୀକୁ ନେଇ ସମୟ ସମୟରେ ଚର୍ଚ୍ଚା ହେଉଥିଲେ ମଧ୍ୟ, ସେଗୁଡ଼ିକ ସତ୍ୟ ପ୍ରମାଣିତ ହେବ କି ନାହିଁ, ତାହା କେବଳ ସମୟ ହିଁ କହିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories