Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ବ୍ରାହ୍ମଣ ଦେବୀଙ୍କ ବିଦାୟ ପରେ ସାଗମାଛ ନେଲେ ବାପଘର

ବେଲଗୁଣ୍ଠା : ସଂସ୍କୃତି ସମ୍ପୁର୍ଣ୍ଣ ସହର ବେଲଗୁଣ୍ଠାର ଐତିହାସିକ ଠାକୁରାଣୀ ଯାତ୍ରା ଗତ ୩୦ ତାରିଖରେ ସମାପନ ହୋଇଛି । ପୁଣି ମାଁ ବ୍ରାହ୍ମଣ ଦେବୀ ଆସିବେ ୨୦୨୫ରେ । ବର୍ତମାନ ମାଁ ନିଜ ଶାଶୁ ଘର ତଥା ସ୍ଥାୟୀ ମନ୍ଦିରରେ ବିରାଜମାନ ।ଓଡ଼ିଆ ଘରର ପରମ୍ପରା ରହିଛି ଝିଅ ଟିଏ ଶାଶୁଘର ଗଲା ପରେ ଶାଗ ମାଛ ନିଆଯାଇଥାଏ ।ଆଉ ଏହି ଅବସରରେ ମାଁ ବ୍ରାହ୍ମଣ ଦେବୀଙ୍କ ବାପ ଘର ତଥା କୋଳି ସାହି ଯାତ୍ରା କମିଟି ତରଫରୁ ଆଜି ଏକ ଶୋଭାଯାତ୍ରାରେ ସ୍ଥାୟୀ ମନ୍ଦିରରେ ଶାଗ ମାଛ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କୋଳି ସାହି ଯାତ୍ରା କମିଟି ସଭାପତି ଲୋକନାଥ ପାତ୍ର, ସମ୍ପାଦକ ବିଭୁତି ପାତ୍ର,ଉପ ସଭାପତି ରାଧାକୃଷ୍ଣ ସ୍ୱାଇଁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର ଓ ଉପଦେଷ୍ଟା ଦିଲ୍ଲୀପ କୁମାର ଆଚାରୀ ‍‍,ବିଜୟ କୁମାର ସାମଲ ଙ୍କ ସହିତ କୋଳି ସାହି ଯାତ୍ରା କମିଟିର ସମସ୍ତ ସଦସ୍ୟ ଓ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଫିରୋଜ କୁମାର ସେଠୀ ଓ ସମସ୍ତ କର୍ମକର୍ତ୍ତା, ସମସ୍ତ କାଉନସିଲର ଉପସ୍ଥିତ ଥିଲେ।