Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଆଶ୍ରମ ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା: ୩ ଦିନ ପରେ ବି ସନ୍ଧାନହୀନ, ଥାନା ଓ ସ୍କୁଲରେ ପରିବାର ଲୋକଙ୍କ ପକ୍ଷରୁ ପଚରା ଉଚରା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଷଣ୍ଢପଥର ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ (ଆଶ୍ରମ ସ୍କୁଲ) ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ର ରୋହିତ ମୁଣ୍ଡା (୧୭) ନିଖୋଜ ହେବା ଘଟଣାକୁ ଆଜି ୩ ଦିନ ପୂରିଥିଲେ ମଧ୍ୟ ତାଙ୍କର କୌଣସି ସୁରାକ ମିଳିପାରି ନାହିଁ। ଛାତ୍ରଜଣକ କେଉଁଆଡ଼େ ଗଲେ, ସେ ନେଇ ସସପେନ୍ସ ଜାରି ରହିଥିବା ବେଳେ ପରିବାର ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ମିଳିଥିବା ସୂଚନା ମୁତାବକ, ଅଇଁଠାପାଲି ଥାନା ଅନ୍ତର୍ଗତ ମେଲଚ୍ଛାମୁଣ୍ଡା ଗାଁର ରୋହିତ ଗତ ରବିବାର ସକାଳେ ସହପାଠୀଙ୍କ ସହ ଟିଫିନ କରିବା ପରେ ମଧ୍ୟାହ୍ନ ଭୋଜନ ସମୟରୁ ଗାୟବ ଅଛନ୍ତି। ନିଖୋଜର ୩ ଦିନ ପରେ ମଧ୍ୟ ପୋଲିସ କିମ୍ବା ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଖବର ନମିଳିବାରୁ ଆଜି ରୋହିତଙ୍କ ବାପା-ମା’ଙ୍କ ସହ ପରିବାର ଓ ସମ୍ପର୍କୀୟଙ୍କର ୭ ରୁ ୮ ଜଣିଆ ଟିମ୍ ସ୍କୁଲରେ ପହଞ୍ଚିଥିଲେ।
ସେଠାରେ ସେମାନେ ଶିକ୍ଷକ, ହଷ୍ଟେଲ କର୍ମଚାରୀ ଓ ସହପାଠୀମାନଙ୍କୁ ପଚରାଉଚରା କରିବା ପରେ ସିଧାସଳଖ ଜମନକିରା ଥାନାକୁ ଯାଇଥିବା କଥା ପିଲାର ବଡ଼ମା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ପରିବାର ଲୋକ ଥାନାରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ରୋହିତଙ୍କ ସନ୍ଧାନ ଶୀଘ୍ର ଲଗାଇବାକୁ ନିବେଦନ କରିଛନ୍ତି।
ଅନ୍ୟପଟେ, ଜମନକିରା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କାର୍ଯ୍ୟକୁ ଆହୁରି ଜୋରଦାର କରିଛି। ଛାତ୍ରଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନକୁ ସିଡିଆର (CDR) ଯାଞ୍ଚ ପାଇଁ ପଠାଯାଇଥିବା ବେଳେ ଆଖପାଖ ସ୍ଥାନ ଅଞ୍ଚଳରେ ଖୋଜା ଖୋଜି ଜାରି ରଖିଥିବା ନେଇ ଥାନା ଅଧିକାରୀ ରଞ୍ଜନ ନାଗ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories