Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ୟାବିନେଟ୍ ଗଠନ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ୟାବିନେଟ୍ ଗଠନ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ଶୃଙ୍ଖଳା, ଦାୟିତ୍ୱବୋଧ, ସହଯୋଗୀ ମନୋଭାବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ ବିଷୟରେ ଆଲୋକପାତ କରାଯାଇଥିଲା। ଏଥିସହ ସେମାନଙ୍କୁ ବିଦ୍ୟାଳୟ ପରିଚାଳନାରେ ସକ୍ରିୟ ଭାଗୀଦାର କରିବା ଉଦ୍ଦେଶ୍ୟରେ ଚଳିତ ଶିକ୍ଷା ବର୍ଷ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷା, ସାଂସ୍କୃତିକ, କ୍ରୀଡ଼ା, ପରିବେଶ ଓ ସାମାଜିକ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଅଂଶଗ୍ରହଣ କରି ଦକ୍ଷ, ଆତ୍ମବିଶ୍ୱାସୀ ଓ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ଗଢ଼ି ଉଠିବାର ସୁଯୋଗ ପାଇପାରିବେ ।ଗଣତାନ୍ତ୍ରିକ ପ୍ରକ୍ରିୟାରେ କିଭଳି ଭାବରେ ଜନ ପ୍ରତିନିଧି ମାନଙ୍କୁ ମତଦାନ ମାଧ୍ୟମରେ ନିର୍ବାଚିତ କରାଯାଏ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ମାର୍ଗଦର୍ଶନରେ ମନୋନୟନ ପତ୍ର ଦାଖଲ ରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିମାନଙ୍କ ଶପଥ ପାଠ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନୁସରଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories