ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ଟିକିଲିପଡ଼ାର ଶିକ୍ଷକ-ଶିକ୍ଷୟିତ୍ରୀ -ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ
ଜମନକିରା : ଜମନକିରା ବ୍ଲକ୍ ଟିକିଲିପଡ଼ା କନ୍ୟାଶ୍ରମରେ ଆଜି ଗୁରୁବାର ଦିନ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୁରେନ୍ଦ୍ରୀ କାଲୋଙ୍କ ସଭାପତିତ୍ୱରେ ଆୟୋଜନ କରାଯାଇଥିଲା। ବୈଠକ ପ୍ରାରମ୍ଭରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲଜିତା ଧଳଙ୍କ ସ୍ୱାଗତ ଅଭିଭାଷଣ, ପ୍ରଦୀପ ପ୍ରଜ୍ୱଳନ ଓ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷକ ନିରଞ୍ଜନ ସିଠ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଛାତ୍ରୀମାନଙ୍କ ପାଠପଢ଼ା, ଉପସ୍ଥାନ, ଶୃଙ୍ଖଳା ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଥିଲା। ଶିକ୍ଷକ ଶିବ ଶଙ୍କର ଦାଶ, ମୋହନ ଆହାଦାର, ପ୍ରିୟରଞ୍ଜନ ସାଥୁଆ, ଶିକ୍ଷୟିତ୍ରୀ ମଧୁସ୍ମିତା ଦାଶ, ଦୀପା ଗୁରୁ, ବିଷ୍ନୁପ୍ରିୟ ସାହୁ ଓ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ନାଏକ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଟିକିଲିପଡ଼ା କ୍ଲଷ୍ଟର ର ସାଧନା କର୍ମୀ ସନ୍ତୋଷିନୀ ନାଏକ ଛାତ୍ରୀ ଉପସ୍ଥାନ ଵୃଦ୍ଧି ସଙ୍ଗେ ସଙ୍ଗେ ସରକାରଙ୍କ ଉଲ୍ଲାସ କାର୍ଯ୍ୟକ୍ରମରେ ଅଧିକ ଲୋକଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଟିକିଲିପଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ସି.ଏଚ.ଓ. ସୋମନାଥ କୁମାର ନାଏକ ଜରାୟୁ କର୍କଟ ସଚେତନତା ଓ ଅମ୍ଲାନ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ। ସଭାକାର୍ଯ୍ୟ ଶେଷରେ ଶିକ୍ଷକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

