ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ

ସମ୍ବଲପୁର: ଆଜି ପବ୍ଲିକ ଲାଇବ୍ରେରୀ ଠାରେ ରାଷ୍ଟ୍ର ନିର୍ମାଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଦଶମ ସପ୍ତାହରେ ମାଁ ବାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାଥନା ପରେ ଆରମ୍ଭ ହୋଇଥଲା।ପ୍ରାରମ୍ଭ ରେ ବଗନାହା ଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରେଇଥିବା ଯାତ୍ରୀ ଓ ଶିକ୍ଷକ ଧରଣୀଧର ପ୍ରଧାନ ଙ୍କ ଆତ୍ମା ର ସଦଗତି ପାଇଁ ଦୁଇମିନିଟ ନିରବ ପ୍ରାଥନା କରା ଯାଇଥିଲା।
ପ୍ରଶିକ୍ଷଣ ଆରଂଭ କରି ଆଜିର ପ୍ରଶିକ୍ଷକ ପ୍ରାକ୍ତନ ଶିକ୍ଷକ ଶ୍ରୀ ଉଦିତ ଚନ୍ଦ୍ର ପାଟଯୋଶୀ ଶ୍ରମ ର ମୂଲ୍ୟ ପ୍ରସଙ୍ଗ ରେ ଆଲୋଚନା ଆରମ୍ଭ କରି ଆମ ଦୈନଦିନ ଜୀବନର ରେ ଶ୍ରମ ର ଆବଶ୍ୟକତା କୁ ବିଭିନ୍ନ ଉଦାହରଣ ସହ ବିଶଦ ଆଲୋଚନା କରିଥିଲେ। ଦ୍ବିତୀୟ ଅଧିବେଶନ କୁ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଆରମ୍ଭ କରି କୈଶୋର ଶିକ୍ଷା ଓ ଏହିଅବସ୍ଥା ରେ ଜୀବନ ଶୈଳୀ ଉପରେ ଆଲୋକପାତ କରି ଏହିସମୟ ରେ ପିଲାମାନେ ନିଜକୁ ସବୁଦିଗରୁ ସଂଯତ କରି ଏକ ଆଦର୍ଶ ଜୀବନ ଯାପନ କରିବାକୁ ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେଇଥିଲ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାପାଇଁ ,ଅନୁଷ୍ଠାନ ର ସଭାପତି ପ୍ରୋ,ଆଦିତ୍ୟ ପ୍ରସାଦ ପାଢ଼ୀ,,ପ୍ରୋ.ମୁରଲୀ ପ୍ରେମନାଥ ନାୟକ,ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର, ଡ଼, ଗିରିଧାରୀ ହୋତା ,ଡାକ୍ତର ଜୟଦେବ ମେହେର,ଗୋଳକ ବିହାରି ମିଶ୍ର ,ଭିସୁଟ ରୁ ଡକ୍ଟର ମନୋଜ ପଟେଲ,ଶିବ ଶଙ୍କର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ,ବୈଷୟିକ ସହାୟତା ପାଇଁ ଶ୍ରୀ ଅଭିନନ୍ଦନ ତ୍ରିପାଠୀ,ଦେବାଶିଷ ମିଶ୍ର,ବିଜୟ ସାହୁ ଓ ସୁନନ୍ଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଶିବିର ରେ ମୋଟ ୨୩ଟି ହାଇସ୍କୁଲ ରି ୨୬ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ, ଉକ୍ତ କାର୍ଯ୍ୟକ୍ରମ କୁ ନିୟମିତ ଆସୁଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରୋତ୍ସାହନ ଦିଆଯାଇ ବିଗତ ଦୁଇ ମାସ ଭିତରେ କାର୍ଯ୍ୟକ୍ରମ ପିଲାଙ୍କୁ କିପରି ଲାଗୁଛି ଜାଣିବା ଓ ସମୀକ୍ଷା କରିଵା ପାଇଁ ଏକ ମତାମତ ଫର୍ମ ପିଲାଙ୍କୁ ଦିଆଯାଇଥିଲା ଶେଷରେ ଜାତୀୟ ସଙ୍ଗୀତ ଓ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।