Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଧବାର ସୁଦ୍ଧା ଚଳାଚଳ ସ୍ଵାଭାବିକ ହେବ, ଇଣ୍ଟରକଲିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି: ରେଳ ମନ୍ତ୍ରୀ

ଭୁବନେଶ୍ୱର: ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ ସଂଖ୍ୟା ୩୦୦ ଟପିଥିବା ବେଳେ 1000ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବାଲେଶ୍ଵରରେ ରହି ସ୍ଥିତି ତଦାରଖ କରୁଛନ୍ତି। ତେବେ ସଭିଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ଦୁର୍ଘଟଣା ଘଟିଲା କେମିତି। ଏହା ମଧ୍ୟରେ ଦୁର୍ଘଟଣାର ମୂଳ କାରଣ ଜଣା ପଡ଼ିଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଇଣ୍ଟରକଲିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।

ଆଜି ଦୁର୍ଘଟଣାସ୍ଥଳ ପୁଣି ଥରେ ପରିଦର୍ଶନ କରିଛନ୍ତି ରେଳ ମନ୍ତ୍ରୀ। ଇଲେକ୍ଟ୍ରୋନିକ ଇଣ୍ଟରକଲିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଚିହ୍ନଟ ହୋଇଛନ୍ତି। ରେଲ୍ ସେଫଟି କମିଶନ ଖୁବ୍ ଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରିବେ। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଶ୍ଵିନୀ ବୈଷ୍ଣବ କହିଛନ୍ତି।

ଏଥିସହ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାମ ତଦାରଖ କରିଛନ୍ତି ରେଳ ମନ୍ତ୍ରୀ। ଆଜି ସୁଦ୍ଧା ଗୋଟିଏ ଟ୍ରାକ ପ୍ରସ୍ତୁତ ହୋଇଯିବ। ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଏତେ ବଡ଼ ବିପର୍ଯ୍ୟୟରେ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ