Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ; କେରଳରୁ ଉଦ୍ଧାର ହେଲେ ପୀଡ଼ିତା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜୈନିକ ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଜମନକିରା ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଶାସନ ଥାନା ଅନ୍ତର୍ଗତ ତବଲା ଗ୍ରାମର ନବଘନ ବାରିକଙ୍କ ପୁଅ ବ୍ରଜକିଶୋର ଓରଫ କିଶୋର ବାରିକ (୨୭)।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍ ୨୪ ତାରିଖ ଦିନ ଅଭିଯୁକ୍ତ କିଶୋର ବାରିକ ଜଣେ ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ଯାଇଥିଲା। ସେଠାରେ ନାବାଳିକାଙ୍କ ଇଚ୍ଛା ବିରୋଧରେ ଅଭିଯୁକ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ଜମନକିରା ଥାନାରେ ମାମଲା କେସ୍ ନଂ- ୧୧୮/୨୦୨୬, ଦଫା ୧୩୭(୨)/୬୪(୨)(m) BNS ଏବଂ ୬ ପୋସ୍କୋ ଆକ୍ଟ ରୁଜୁ କରାଯାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଟିମ୍ କେରଳରୁ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଅଭିଯୁକ୍ତ କିଶୋର ବାରିକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ସମ୍ବଲପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଓ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories