ଶିକ୍ଷକଙ୍କ ପେନସନ୍ ଓ ଅବସର ବୟସ ସୀମା ବୃଦ୍ଧି ଦାବି: ଓଷ୍ଟା ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ ଓ ଡିଇଓଙ୍କୁ ଦାବିପତ୍ର ।
ବଲାଙ୍ଗୀର,୮।୮: ରାଜ୍ୟର ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଦାବି ପ୍ରକାଶ ପାଇଛି। ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିସରରେ ଏକାଠି ହୋଇ ସଂଘର ନେତୃବୃନ୍ଦ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ସୁଧାଂଶୁଶେଖର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି।
ସଂଘର ରାଜ୍ୟ ଉପସଭାପତି ସୁଧୀର ନାଏକ, ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ, ସମ୍ପାଦକ ଶଙ୍କରପ୍ରସାଦ ମିଶ୍ର ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
୧. ସମସ୍ତ ଯୋଗ୍ୟ ସ୍କୁଲ ଓ କଲେଜକୁ ତୁରନ୍ତ GIA (Grant-in-Aid) ଅନ୍ତର୍ଭୁକ୍ତ କରାଯାଉ।
୨. ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀଙ୍କୁ ପେନସନ୍ ସହିତ ସମସ୍ତ ସେବା ସର୍ତ୍ତ ପ୍ରଦାନ କରାଯାଉ।
୩. ଶିକ୍ଷକଙ୍କ ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରାଯାଉ।
୪. ସମାନ କାମ ପାଇଁ ସମାନ ହାକଦାର ଭିତ୍ତିରେ ବେତନ ବୈଷମ୍ୟ ତୁରନ୍ତ ଦୂର କରାଯାଉ।
୫. ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ଏଟି (AT) ନୋସନାଲ ବେତନ ବୃଦ୍ଧି ଲାଗୁ କରାଯାଉ।
ଜିଲ୍ଲାପାଳ ଓ ଡିଇଓଙ୍କୁ ଦାବିପତ୍ର ହସ୍ତାନ୍ତର ବେଳେ ଓଷ୍ଟାର ବହୁ ବରିଷ୍ଠ କର୍ମକର୍ତ୍ତା ଓ ଶିକ୍ଷକ ପ୍ରତିନିଧି ଉପସ୍ଥିତ ରହି ଦାବିଗୁଡ଼ିକୁ ସରକାରୀ ସ୍ତରରେ ଶୀଘ୍ର ବିଚାର କରିବାକୁ ଅନୁରୋଧ କରିଛନ୍ତି।

