Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ମଠ ରେ ବ୍ରାହ୍ମଣ ଏକତା ମଞ୍ଚର ସାଙ୍ଗଠନିକ ଜରୁରୀ ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ମଠ ନାମ ମଣ୍ଡପ ଠାରେ ଶନିବାର ପୂର୍ବାହ୍ନରେ ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚ ତରଫରୁ ଏକ ସାମୋହିକ ବିଷ୍ଣୁ ସହସ୍ରନାମ ପାଠ କରାଯାଇଥିଲା । ଏହା ପରେ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସଙ୍ଗଠକ ପଦ୍ମଲୋଚନ ମିଶ୍ର, ବିଶିଷ୍ଟ ଅତିଥି ଭାବରେ ଗୋବିନ୍ଦ ମିଶ୍ର, ବୀରମହାରାଜପୁର ବ୍ଲକ୍ ବ୍ରାହ୍ମଣ ଏକତା ମଞ୍ଚର ସଭାପତି ଅକ୍ଷୟ କୁମାର ମିଶ୍ର ସୁବର୍ଣ୍ଣପୁର, କାର୍ଯ୍ୟ କାରି ସଭାପତି ରାଧେଶ୍ୟାମ ପୁରୋହିତ,ଉପ ସଭାପତି କିଶୋର କୁମାର ହୋତା ସମ୍ପାଦକ ଡ଼ ଦ୍ବିତୀ କୃଷ୍ଣ ପଣ୍ଡା, ସଙ୍ଗଠନ ସମ୍ପାଦକ ରବୀ ପଣ୍ଡା, ଉପଦେଷ୍ଟା ଦୟାନିଧି ହୋତା, ଦାମୋଦର ହୋତା ଓ ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ସାଙ୍ଗଠନିକ ସମ୍ପାଦକ ସତ୍ୟଞ୍ଜିବ ମିଶ୍ର। ସମସ୍ତ ଅତିଥି ମାନେ ବ୍ରାହ୍ମଣ ସମାଜ ଏକ ହୋଇ ପ୍ରଥମେ ସଙ୍ଗଠନ ଓ ସଂସ୍କାର ଉପରେ ଗୁରୁତ୍ୱାରୋପ କରିବା ସହିତ ଦେଶର ସୁରକ୍ଷା ଓ ସଂସ୍କୃତି ସୁରକ୍ଷା ବ୍ରାହ୍ମଣ ସବୁବେଳେ ଚେଷ୍ଟା କରିଛି ଏଥିପାଇଁ ବଳିଦାନ ମଧ୍ୟ ଦେଇଛନ୍ତି। ବ୍ରାହ୍ମଣ ମାନେ ହେଲେ ପର୍ଶୁରାମ ବଂଶ ଧର ଏଣୁ ଦେଶ ଓ ସମାଜକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ବୋଲି କହିଥିଲେ।ଏହାରେ ପାଞ୍ଚୋଟି ପଞ୍ଚାୟତ ର କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ଦୁର୍ଜନତଏଲା ପଞ୍ଚାୟତ ପାଇଁ ଫକିର ମୋହନ ପାଢ଼ୀ ସଭାପତି ଓ ସୀତାରାମ ନାଏକ ସମ୍ପାଦକ, ବହଲପଦର ପଞ୍ଚାୟତ ପାଇଁ ବିଦ୍ୟାଧର ଦାସ ସଭାପତି ଓ ବ୍ରଜମୋହନ ପଣ୍ଡା ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି । ଲୁତୁରପଙ୍କ ପଞ୍ଚାୟତ ପାଇଁ ପବିତ୍ର ମୋହନ ନନ୍ଦ ସଭାପତି ଓ ନିଗମ ନନ୍ଦ ସମ୍ପାଦକ,କେନଝିରିଆପାଲି ପଞ୍ଚାୟତ ପାଇଁ ଗୋବିନ୍ଦ ଗୋପାଳ ପାଣିଗ୍ରାହୀ ସଭାପତି ଓ ରବି ଶଙ୍କର ମିଶ୍ର ସମ୍ପାଦକ ଓ ମୁର୍ଷୁଣ୍ଢୀ ପଞ୍ଚାୟତ ପାଇଁ ଅର୍ଣ୍ଣଦା ପ୍ରସାଦ ମିଶ୍ର ସଭାପତି ଓ ଅମ୍ବରିଶ ଚାନ୍ଦ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି। କାର୍ଯ୍ୟ କ୍ରମକୁ ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚର ସଂଯୋଜକ ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ କୋଷାଧ୍ୟକ୍ଷ ସୁର୍ଯ୍ୟ ନାରାୟଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଶନିବାର ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଭିନ୍ନ ଅଞ୍ଚଳରୁ ଶତାଧିକ ବ୍ରାହ୍ମଣ ସମବେତ ହୋଇଥିଲେ । ଶେଷରେ ସାମୋହି ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ