Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳାଶୟକୁ ଗାଧୋଇବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ – ଜଟିଆପାଲି ରାସ୍ତାର ଏକ ପର୍ସରେ ମୋରମ ଖୋଲାଯାଇଥିବା ଜଳାଶୟ ରେ ଜଣେ ବ୍ୟକ୍ତି ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ମୁଖରେ ପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ଜଟିଆପାଲି ଗ୍ରାମର ସୁରେନ୍ଦ୍ର ରାଜହଂସ (ମୁରଲୀ) (୫୫)। ସୂଚନା ଅନୁସାରେ ସୁରେନ୍ଦ୍ର ଶନିବାର ପୁଅ ଜିଉଁତିଆ ଥିବାରୁ ବୀରମହାରାଜପୁର କୁ ଖଲି ଦନା ବିକ୍ରି କରିବାକୁ ଯାଇଥିଲେ। ଅପରାହ୍ନ ଗୋଟାଏ ସମୟରେ ଘର କୁ ଫେରିଲା ସମୟରେ ସେହି ଜଳାଶୟ କୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ବୁଡ଼ି ଯାଇ ଥିଲେ। ସେ ଘରକୁ ଦୀର୍ଘ ସମୟ ନ ଫେରିବାରୁ ଖୋଜା ଖୋଜି କରିଥିଲେ। ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଜଳାଶୟ ରେ ଖୋଜିଥିଲେ। ବୀରମହାରାଜପୁର ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ଲୋକେ ତାଙ୍କୁ ଜଳାଶୟରୁ ବାହାର କରିଥିଲେ। ଏକ ଆମ୍ବୁଲାନ୍ସ ରେ ତାଙ୍କୁ ବୀରମହାରାଜପୁର ମେଡିକାଲ କୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଙ୍କ ସ୍ତ୍ରୀ କିଡନୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଏକମାତ୍ର ନାବାଳକ ପୁଅ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛି। ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ