Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଲୁଙ୍ଗ ଏବଂ ପାଇଁପୁର ଠାରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ପରିବେଷଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଏଵଂ ପାଇଁପୁର ଠାରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ସାରା ଦେଶରେ ନମୋ ସେବା ଗାଥା କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଦ୍ଵାରା ବୀରମହାରାଜପୁର ବ୍ଲକ୍ ରେ ଗିଜିନି , ଗିଜିନି ତାକ୍ ନୃତ୍ୟ ସଙ୍ଗୀତ, ନାଟକ କଳl ପରିଷଦ ବୀରମହାରାଜପୁର ଦ୍ଵାରା ଉକ୍ତ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବୀରମହାରାଜପୁର ବ୍ଲକ୍ କଳା କାର ସଂଘ ର ଉପସଭାପତି ରାମକୃଷ୍ଣ ହୋତା ଆନୁଷ୍ଠାନିକ ଭାବରେ ନଡ଼ିଆ ଭାଙ୍ଗି ଉଦଘାଟନ କରିଥିଲେ l ନାଟକଟି ଆଞ୍ଚଳିକ ଭାଷାରେ ହୋଇଥିବାବେଳେ ଏହାକୁ ଅଧ୍ୟାପକ ସତ୍ୟନାରାୟଣ ଦାଶ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ l ବିଭିନ୍ନ ଭୂମିକାରେ ସତ୍ୟ ନାରାୟଣ ଦାଶ , କିଶୋର କୁମାର ହୋତା, ରଣ ମୋହନ ଭୋଇ , ସନାତନ ନାଗ , ଶିବ ନାରାୟଣ ପଣ୍ଡା , ଘନଶ୍ୟାମ ଲୁହା, ପ୍ରାଚୀ, ରିଙ୍କି ପ୍ରମୁଖ ଅଭିନୟ କରିଥିଲେ l ବିଭିନ୍ନ ବାଦ୍ୟ ଯନ୍ତ୍ରରେ ଅନ୍ତ, ରଘୁ, ଶବ୍ଦ ବିଦ୍ୟାଧର ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ