Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାପଥର ରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତଃ ଲକ୍ଷ୍ମଣ ଶତପଥୀ ଙ୍କ ପଚିଶ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ହାଇସ୍କୁଲରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ √ ଲକ୍ଷ୍ମଣ ଶତପଥୀଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସ୍ବାଧିନତା ସୃତି କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭା ପ୍ରାରମ୍ଭରେ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଶତପଥୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବିଶିଷ୍ଟ କବି ଲେଖକ ତଥା ଗବେଷକ ଗୋରେଖନାଥ ସାହୁ, ସମ୍ମାନିତ ଅତିଥି ଭାବରେ ସ୍ବାଧିନତା ସଂଗ୍ରାମୀ ସୃତି କମିଟିର ଉପସଭାପତି କବି ଲେଖକ ଆର୍ତ୍ତତ୍ରାଣ ବାବୁ, କମିଟିର କୋଷାଧ୍ୟକ୍ଷ ଦିଲୀପ କୁମାର ରଥ, ସ୍ବର୍ଗତ ଲକ୍ଷ୍ମଣ ଶତପଥୀଙ୍କ ସହଯୋଗୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଧାନ, କଳା ପଥର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲାଲବାବୁ ସେଠୀ, ପୁର୍ବତନ ସରପଞ୍ଚ ତ୍ରୀଲୋକେସ ମହାକୁର , କଳା ପଥର ସରପଂଚ ସୁର୍ଯ୍ୟ କାନ୍ତି ମେହେର ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । କମିଟିର ସହ ସମ୍ପାଦକ ୟୂଧିଷ୍ଟିର ଖମାରୀ, ପଙ୍କଜ ଖମାରୀ ପ୍ରମୁଖ ସ୍ବର୍ଗତ ଲକ୍ଷ୍ମଣ ଶତପଥୀଙ୍କ ସୃ୍ୃତି ରାରଣ କରି ଇଂରେଜ ସରକାର ଓ ସୋନପୁର ମହାରାଜାଙ୍କ ପ୍ରଲୋଭନ ସତ୍ତ୍ୱେ ସ୍ବାଧିନତା ସଂଗ୍ରାମରୁ ହଟିନ ଯାଇ ଆନ୍ଦୋଳନକୁ ଆହୁରି ତିବ୍ରତର କରିଥିଲେ । ଫଳରେ ଲକ୍ଷ୍ମଣ ଶତପଥୀଙ୍କୁ ଅନେକ ଥର ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା । କିନ୍ତୁ ଦେଶ ମାତୃକାର ସେବା କରିବା ପାଇଁ ନିଜ ପରିବାରକୁ ଛାଡି ସ୍ବାଵାଧିନତା ସଂଗ୍ରାମରେ ଝାସ ଦେଇଥିଲେ ବୋଲି ଅତିଥି ମାନେ ମତ ବ଼୍ୟକ୍ତ କରିଥିଲେ । ସ୍କୁଲ ପ୍ରଧାନ ଶିକ୍ଷକ କଳାପଥର ଗ୍ରାମର ତିନି ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଲକ୍ଷ୍ମଣ ଶତପଥୀ, ରାମଚନ୍ଦ୍ର ଶତପଥୀ ଓ ମୋହନ ମିଶ୍ରଙ୍କ ନାମରେ ତିନୋଟି କକ୍ଷ କରିବାକୁ ଘୋଷଣା କରିଥିଲେ। ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲାର ନବ ରତ୍ନଙ୍କ ପ୍ରତି ମୁର୍ତ୍ତୀ ସ୍ଥାପନ ପାଇଁ ଏକ ପ୍ରସ୍ତାବ ଗ୍ରହଣ କରି ଏଥିପାଇଁ ନୁତନ ଜିଲ୍ଲାପାଳଙ୍କ ସହିତ କମିଟି ଆଲୋଚନା କରିବ ବୋଲି କହିଥିଲେ। କାର୍ଯ୍ୟ କ୍ରମକୁ ସୃ୍ତି କମିଟିର ସମ୍ପାଦକ ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିବା ବେଳେ ବରିଷ୍ଠ ସଦସ୍ୟ ତଥା √ ଲକ୍ଷ୍ମଣ ଶତପଥୀଙ୍କ ସହଯୋଗୀ ଉମେଶ ପ୍ରଶାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାଧିନତା ସଂଗ୍ରାମ ପରିବାର ପ୍ରଶାନ୍ତ କୁମାର ଶତପଥୀ , ପ୍ରତ୍ୟୁଷ କୁମାର ଶତପଥୀ, ପ୍ରଦିପ୍ତ କୁମାର ଶତପଥୀ, ସ୍ବର୍ଗତ ଲକ୍ଷ୍ମଣ ଶତପଥୀଙ୍କ ,ନାତି ବିଶ୍ବେସ ଶତପଥୀ, ମାଗୁଣି କର୍ଣ୍ଣ, ହୃଷିକେଶ ରଥ, ହାଇସ୍କୁଲ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ