ହାତୀ ନେଲା ବୃଦ୍ଧାଙ୍କ ଜୀବନ

ଧମା: ହାତୀ ଆକ୍ରମଣରେ ଜଣେ ୭୩ ବର୍ଷର ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି। ଏଭଳି ଘଟଣା ଘଟିଛି ଧମା ସେକସନ୍ ଅନ୍ତର୍ଗତ ବଡମାଲ Band ଡକରା ଜିପିରେ । ମୃତ ବୃଦ୍ଧାଙ୍କ ନାମ ଜଜ୍ଞସୀନି ବାରିକ ।ନିଜ ଘର ବାହାରେ ଶୋଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ତୁରନ୍ତ ତାଙ୍କୁ ସମ୍ବଲପୁର ସଦର ହସପିଟାଲ ଓ ସେଠାରୁ ବୁର୍ଲା ଭିମସାରକୁ ନିଆଯାଇଥିଲା । ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଖବର ପାଇ ବନ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୧୦% ଅନୁକମ୍ପା ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ ବଳକା ଅର୍ଥ ବିଭାଗୀୟ ନିୟମ ଅନିଯାୟୀ ପ୍ରଦାନ କରାଯିବ ବୋଲି ଡିଏଫଓ ଜଣାଇଛନ୍ତି । ହାତୀ ସେହି ଅଞ୍ଚଳରେ ବୁଲୁଥିବା ନେଇ ବିଭାଗ ସୂଚନା ଦେଇ ଅଞ୍ଚଳବାସୀଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି ।