Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟେନର ସିକ୍ରେଟ ଚାମ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ସୁବଳୟା ପୁଲିସ

ବୀରମହରଣପୁର : ସୁବଳୟା ପୋଲିସକୁ ମିଳିଛି ସଫଳତା l ଏକ କଣ୍ଟେନର ନମ୍ବର ଏନ ଏଲ 03ଏ ଏ 9193ରୁ 1302 ପ୍ୟାକେଟ ଗଂଜେଇ ଜବତ କରିଛି ପୋଲିସ l ସୂଚନା ଅନୁସାରେ, ଉକ୍ତ କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରି କଦଳୀଗଡ଼ ପଟରୁ ବୀରମହାରାଜପୁର ଆଡ଼କୁ ଆସୁଥିଲା । କୌଣସି ସୂତ୍ରରୁ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ପାଇବା ପରେ ପୁଲିସ କର୍ମଚାରୀ ସଜାଗ ରହିଥିବା ବେଳେ ସୁବଳୟା ପୋଲିସ କଣ୍ଟେନରଟିକୁ ପିଛା କରିଥିଲା। ପୋଲିସକୁ ପିଛା କରୁଥିବା ଜାଣି ଡ୍ରାଇଭର ସୁବଳୟା-ବୀରମହାରାଜପୁର ରାସ୍ତାର ଗୋବିନ୍ଦପୁର ଛକ ନିକଟ ଶରଖଣ୍ଡି ଅଞ୍ଚଳରେ କଣ୍ଟେନରଟିକୁ ଛାଡ଼ି ଫେରାର ହୋଇଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରଟିକୁ ଜବତ କରି ଏକଜୁକୁଟିଭ ମାଜିଷ୍ଟ୍ରେଟ ଅଜିତ ମିର୍ଧା ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇର ଓଜନ କରାଯାଉଥିବା ବେଳେ ଏହାର ପରିମାଣ ୧୨ କ୍ୱିଣ୍ଟାଲ ଅଣଞ୍ଚlସ କେଜି ହେବ ବୋଲି ପୋଲିସ ସୂଚନା ମିଳିଛି
ତେବେ କଣ୍ଟେନରରେ ଡ୍ରାଇଭର ସମେତ ଆଉ କେତେଜଣ ଥିଲେ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ l ଏସ. ପି. ଶ୍ରୀ ନାଏକ ଅଧିକ ତଦନ୍ତ ଜାରି ରହିଥିବା ସହିତ ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି l ଗଞ୍ଜାଇ ଧରାପଡ଼ିଥିବା ସ୍ଥାନରେ ଜନସାଧାରଣ ଙ୍କ ପ୍ରବଳ ଭିଡ ହେବାରୁ ଓସାଫ ଟିମ ଭିଡ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ସହିତ ଗଞ୍ଜାଇ ଓଜନ କରିବା ପାଇଁ ସୁଭିଧା ହୋଇଥିଲା ବୋଲି ସୁବଳୟା ଥାନା ଭାରପ୍ରାପ୍ତ ଅଧିକାରୀ ସଞ୍ଜୀବ ବସ୍ତିଆ ପ୍ରକାଶ କରିଛନ୍ତି। ସୁବଳୟା ଥାନାରେ ଏକ ମାମଲା ରୁଜୁ ହୋଇଛି କେସ ନଂ 142/26 ରେ l ଏହି କେସ ଟି ବୀରମହାରାଜପୁର ଥାନାଅଧିକାରୀ ଯଯାତି କେଶରୀ ସାହୁ ଙ୍କୁ ହସ୍ତାନ୍ତର ହୋଇଥିବା ଜଣାଯାଇଛି l ଚଢ଼ାଉରେ ସୁରଞ୍ଚି ସେଠି ଏସ. ଆଈ. ସଂଜୀବ ବସ୍ତିଆ. ଏ. ଏସ. ଆଈ. ସୁରଞ୍ଚି ସେଠି. ଏ. ଏସ. ଆଈ. ବର୍ଷା ସାମଦ. ରାଜେନ୍ଦ୍ର ଦାନାୟକ. ଗୋବିନ୍ଦ ସାହୁ. ଦେବରାଜ ଦୋରା. ରଶ୍ମି ମହାକୁଡ଼. ଘନଶ୍ୟାମ ଭୋଇ. ବିନୋଦ ତାଣ୍ଡିଆ ପ୍ରମୁଖ ସାମିଲ ଥିଲେ l ଏହି ସଫଳତା ପାଇଁ ଓଡିଶା ପୋଲିସ ମହା ନିର୍ଦେଶକ ୱାଇ. ବି. ଖୁରାନିଆ ସୁବର୍ଣ୍ଣପୁର ଏସ. ପି. ଙ୍କ ଟିମକୁ କୃତଜ୍ଞତା ଜଣାଇଥିବାରୁ ଜିଲ୍ଲା ପୋଲିସ ବିଭାଗରେ ଖୁସିର ଲହରୀ ଖେଳିଯାଇଥିବା ଜଣାଯାଏ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ