ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ର ରୋଗୀ କଲ୍ୟାଣ ସମିତି ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବୀରମହାରାଜପୁର ଡାକ୍ତରଖାନା ଆଧିକ୍ଷକ ଡାକ୍ତର ସୁବାସ ଚନ୍ଦ୍ର ପଣ୍ଡା ଙ୍କ ଅଧକ୍ଷତା ଅନୁଷ୍ଠିତ ବୈଠକ ରେ ବିଧାୟକ ଇଂ ରଘୁନାଥ ଜଗଦଳା ଯୋଗ ଦେଇଥିଲେ l ରୋଗୀକଲ୍ୟାଣ ସମିତି ର ଗତ ବର୍ଷ ଖର୍ଚ୍ଚ ବିବରଣୀ ଡାକ୍ତରଖାନା ହିସାବ ରକ୍ଷକ ଅବିନାଶ ହୋତା ପ୍ରଦାନ କରିଥିଲେ l ବୈଠକରେ ଡାକ୍ତର ଖାନା ରେ ରୋଗୀ ଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ଅସୁବିଧା ନେଇ ବିଧାୟକ ଙ୍କୁ ଅବଗତ କରିବା ସହିତ ଆଗକୁ ଅସୁବିଧା ର କଣ ପଦକ୍ଷେପ ରେ ସମାଧାନ ହେବ ସେ ନେଇ ଉପସ୍ଥିତ ସମିତି ସଭ୍ୟ, ସାମ୍ବାଦିକ, ବିଦ୍ଧିଜୀବୀ ଙ୍କ ମତ ନେଇ ଥିଲେ l ଆଗକୁ ଡାକ୍ତରଖାନା ର କର୍ମଚାରି ଙ୍କ ରହିବା ପାଇଁ କ୍ଵାଟର ନିର୍ମାଣ ସକାସେ ପାଣ୍ଠି ଥିବା ବେଳେ ସ୍ଥାନ ସମସ୍ୟା ଯୋଗୁଁ ନିର୍ମାଣ ହୋଇ ନ ପାରିଥିବା ଯୋଗୁଁ ସ୍ଥାନୀୟ ତହସିଲଦାର ଙ୍କ ସହ ବିଧାୟକ ଆଲୋଚନା କରି ଖୁବ ଶୀଘ୍ର ଆରମ୍ଭ କରାଯିବା ନେଇ ଆଲୋଚନା କରିଥିଲେ l ଡାକ୍ତରଖାନା ରେ ଆହାର ଯୋଜନା ଶୀଘ୍ର ଆରମ୍ଭ, ଡାକ୍ତରଖାନା କାର୍ଯ୍ୟକ୍ରମ ପରିଚାଳକ ମହେନ୍ଦ୍ର ମିଶ୍ର ଡାକ୍ତରଖାନା ପାଈଁ ବିଭିନ୍ନ ସମସ୍ୟା ନେଇ ବିଭାଗ, ସରକାରୀ ସ୍ତର ରେ ଦାବି କରିଥିବା ବେଳେ ବିଧାୟକ ଙ୍କୁ ଅବଗତ କରିବା ସହ ଡାକ୍ତରଖାନା ପାଈଁ ସି. ବି.ସି ମେସିମ, ଇଲେକଟ୍ରୋ ଆଣଳାଇଜର ମେସିନ ପାଈଁ ଦୃଷ୍ଟି ଆକର୍ଷଣ କରିଥିଲେ l ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧକ୍ଷ ନାରାୟଣ ଲୁହା, ସଭ୍ୟ ସପନ ପଧାନ, ସତ୍ୟପ୍ରିୟ ବିଶ୍ୱାଳ, ରଶ୍ମିତା ଷଡ଼ଙ୍ଗୀ ଙ୍କ ସହିତ ବିଭିନ୍ନ ବିଭାଗ ଅଧିକାରୀ ଯୋଗ ଦେଇ ସୁଚିନ୍ତିତ ମତାମତ ରଖିଥିଲେ l

