Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖୀ: ବରଗାଁରେ ବହୁ କ୍ଷୟକ୍ଷତି

ସମ୍ବଲପୁର : ଜିଲ୍ଲାର ମାନେଶ୍ୱର ବ୍ଲକ୍ ବରଗାଁ ଅଞ୍ଚଳରେ ଦେଖାଦେଇଛି କାଳ ବୈଶାଖୀ। ଏହାର ପ୍ରଭାବରେ ପଶୁ ସଂପଦ ନଷ୍ଟ ହେବା ସହିତ ଅଞ୍ଚଳର ବହୁ ଦୋକାନ ଓ ବାସ ଗୃହରୁ ଛାତ ଉଡିଯାଇ କ୍ଷୟ କ୍ଷତି ହୋଇଥିବା ଖବର ମିଳିଛି। ଅନେକ ଯାଗାରେ ଗଛ ଭାଙ୍ଗି ଯାଇଛି । ବଜ୍ରପାତରେ ବରଗାଁ ଗ୍ରାମର ପ୍ରତିମନ କନ୍ଦରଙ୍କ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବା ଭଳି ଖବର ମିଳିଛି । କ୍ଷୟ କ୍ଷତିର ଆକଳନ ହୋଇ ନଥିଲେବି ଏହାର ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାରକି କ୍ଷତିପୂରଣ ଦେବାକୁ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି । ହଠାତ୍ ଏଭଳି କାଳ ବୈଶାଖୀ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବା ସହିତ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ