କେନ୍ଦୁପାଲି ସ୍କୁଲ ରେ ଉପଖଣ୍ଡ ଚିକିତ୍ସାଳୟ ଆନୁକୁଲ୍ୟରେ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର : ଉପଖଣ୍ଡ ଚିକିତ୍ସାଳୟ ଆନୁକୂଲ୍ୟରେ କୁଷ୍ଠ ରୋଗ ର ଏକ ସଚେତନତା କାର୍ଯ୍ୟକ୍ରମ ବୀରମହାରାଜପୁର ନିକଟସ୍ଥ କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧ୍ୟକ୍ଷ ଡାକ୍ତର ସୁବାଷ ଚନ୍ଦ୍ର ପଣ୍ଡା , ବ୍ଲକ୍ ନୋଡାଲ ଲେପ୍ରୋସି ୱର୍କର ଜଗଦୀଶ ମେହେର , PHEO ସ୍ୱର୍ଣ୍ଣପ୍ରଭା ଜୁଏଡ, ସ୍ୱାସ୍ଥ୍ୟ ପରିଦର୍ଶକ ଆଲୋକ ସେଠ୍ , ମହିଳା ସ୍ୱାସ୍ଥ୍ୟ କର୍ମୀ ପୁଷ୍ପିତା ସ୍ୱାଇଁ ଆଶା ଦିଦି ଙ୍କ ସହିତ ଏହି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।ଡାକ୍ତର ପଣ୍ଡା କୁଷ୍ଠ ରୋଗର ବିଭିନ୍ନ ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇଥିଲେ। ଶେଷରେ କୁଷ୍ଠ ରୋଗ କୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା ଏବଂ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପୁସ୍ପିତା ସ୍ୱାଇଁ ଆଗାମୀ ୧୭ ଅଗଷ୍ଟ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ର ରୂପରେଖ ବିଷୟରେ ଅବଗତ କରାଇ ଧନ୍ୟବାଦ ଅର୍ପଣ କରିଥିଲେ ।

