ଘର ଝରକା ଭାଙ୍ଗି ନଗଦ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ଏନ ଏ ସି ଅନ୍ତର୍ଗତ ରଥିପଡା ଠାରେ ଜୈନିକ ବ୍ୟକ୍ତି ଙ୍କ ଘର ଝରକା ଭାଙ୍ଗି ନଗଦ ଟଙ୍କା ସହିତ ରୁପା ଗହଣା ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଛି l ପ୍ରାପ୍ତ ସୂଚନା ମୁତାବକ ରଥିପଡା ନିବାସୀ ପଵନ କୁମାର ଆଗ୍ରୱାଲ ଙ୍କ ଘରୁ ସେ ଘରେ ନ ଥିବା ର ସୁଯୋଗ ନେଇ ଦୁର୍ବୁତ୍ତ କଳାକନା ବୁଲେଇ ଦେଇଥିବା ଅଭିଯୋଗ ହୋଇଛି l ସେ କୁଆଡେ ମଧ୍ୟପ୍ରଦେଶ ର ଅମରକଣ୍ଟକ ବୁଲିବାକୁ ଘରୁ ବାହାରି ଥିଲେ ଏବଂ ଘର ଉପରେ ନଜର ରଖିବା ସହ ଘରେ ରହିବାକୁ ଜଣକୁ ନିୟୋଜିତ କରିଥିଲେ l କିନ୍ତୁ ଘର ଦାୟିତ୍ୱରେ ଥିବା ବ୍ୟକ୍ତି ପଵନ ଅଗ୍ରୱାଲ ଙ୍କୁ ଫୋନ ଯୋଗେ ଘର ଝରକା ଭାଙ୍ଗି ଚୋରି ହୋଇଥିବା ନେଇ ସୂଚନା ପାଇବା ପରେ ଅମର କଣ୍ଟାକ ଯାଉଥିବା ବେଳେ ଆଧାରସ୍ତା ରୁ ଫେରି ଆସିଥିଲେ l ମଙ୍ଗଳବାର ସକାଳେ ପହଁଚି ଦେଖିଲା ବେଳେ ଘର ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ କଲେ l ତାଙ୍କ ଅଭିଯୋଗ ଅନୁଶାରେ ନଗଦ 65 ହଜାର ଟଙ୍କା ଏକ ରୁପା ଅଳଂକାର ସହିତ ଘର କରଣl ଆଦି ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି l ବୀରମହାରାଜପୁର ପୁଲିସ ତରଫରୁ ଖୋଳତାଡ଼ ଜାରି ରହିଥିବା ବେଳେ ବହୁତ ଶୀଘ୍ର ଚୋରି ଘଟଣା ପର୍ଦାଫାଶ ହେବ ବୋଲି ଥାନା ଅଧିକାରୀ କହିଛନ୍ତି l

