Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ପ୍ରଥମ ଐତିହାସିକ ନିଷ୍ପତ୍ତି:ବରିଷ୍ଠ ନାଗରୀକ ପାଇବେ ଚିକିତ୍ସା ସେବା

ସମ୍ବଲପୁର : ଆଜିଠୁ ଆରମ୍ଭ ହେଲା ସମ୍ବଲପୁର ସହରରେ ବରିଷ୍ଠ ନାଗରୀକଙ୍କ ସ୍ୱାସ୍ଥ୍ୟ ସେବା।ହୀରାଖଣ୍ଡ ନାଗରୀକ ପରିଷଦ ପକ୍ଷରୁ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା ଆଜିଠୁ ଅଇଁଠାପାଲି ସ୍ଥିତ ଚକ୍ଷୁ ବିଶେଷଜ୍ଞ ଡା.ସୁରେଶ ଚନ୍ଦ୍ର ଦାନୀଙ୍କ କ୍ଲିନିକରେ ପ୍ରତି ରବିବାର ସନ୍ଧ୍ୟା ୬ ରୁ ୭ ଟା ମଧ୍ୟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ଏହାକୁ ଆନୁଷ୍ଠାନିକ ଭାବେ ଡା.ଲକ୍ଷ୍ମୀ ନାରାୟଣ ରଥ ଫିତା କାଟି ଉଦଘାଟନ କରିଛନ୍ତି।ପ୍ରଥମ ଦିନରେ ୩୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରୀକ ଏହି ସୁବିଧା ପାଇଥିବା ବେଳେ ଏହାକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବ ବୋଲି ପରିଷଦର ସଭାପତି ପ୍ରଫୁଲ୍ଲ ହୋତା ସୂଚନା ଦେଇଛନ୍ତି । ଏହା ପ୍ରତି ରବିବାର ଦିନ ସନ୍ଧ୍ୟା ୬ରୁ ୭ ପର୍ଯ୍ୟନ୍ତ ୧ଘଣ୍ଟା ଡାକ୍ତର ଦାନୀଙ୍କ କ୍ଲିନିକରେ କରାଯିବ। ଏହି ଶିବିରକୁ ଆଜି ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦାନୀଙ୍କ ସହିତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ଲକ୍ଷ୍ମୀ ନାରାୟଣ ରଥ ଓ ଡା.ଜୟଦେବ ମେହେର,ଶୈଳ ବିଶେଷଜ୍ଞ ଡା.ଉମାକାନ୍ତ ବେହେରା ଓ ଡା.ପଞ୍ଚାନନ ନାୟକ,ଭେଷଜ ବିଶେଷଜ୍ଞ ଡା.ହିମାଂଶୁ ଆଚର୍ଯ୍ୟ ଓ ନିଦାନ ବିଶେଷଜ୍ଞ ଡା.ଶୋଭାଗିନୀ ନାୟକ ପରିଚାଳନା କରିଥଲେ । ଏହାକୁ ହୀରାଖଣ୍ଡ ନାଗରୀକ ପରିଷଦ ସଭାପତି ପ୍ରଫୁଲ୍ଲ ହୋତା,ଉପ ସଭାପତି ନନ୍ଦ କିଶୋର ଦେବତା ସହ ସଂପାଦକ ଧନେଶ୍ୱର ମେହେର ପ୍ରମୂଖ ସହଯୋଗ କରିଥିଲେ। ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ବରିଷ୍ଠ ନାଗରୀକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ସବୁ ମହଳରେ ସ୍ୱାଗତ କରାଯିବା ସହିତ ଭୁୟସୀ ପ୍ରଶଂସା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ