ଦୁର୍ଘଟଣା ଏଡେଇବା ପାଇଁ ବୁଲା ଗାଈ ଗୋରୁଙ୍କ ବେକରେ ବନ୍ଧାହେଲା ରେଡ଼ିଅମ ବେଲ୍ଟ୍
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁଖ୍ୟ ରାସ୍ତା ଉପରେ ବୁଲୁଥିବା ଗୋରୁ ଗାଈ ଦୁର୍ଘଟଣାର କାରଣ ସାଜୁଥିବାରୁ ବେକରେ ରେଡିୟମ ବେଲ୍ଟ ପିନ୍ଧା ଯାଉଛି l ଗୁରୁବାର ସନ୍ଧ୍ୟା ରେ ପ୍ରାଣୀ ଚିକିତ୍ସାଲୟ ପକ୍ଷରୁ ଏହି ବେଲ୍ଟ ବ୍ୟବସ୍ଥା କରିଥିବାବେଳେ ସମାଜସେବୀ କିଶୋର ହୋତା ସାମିଲ ହୋଇ ବୁଲା ଗୋରୁ ଗାଈ ଙ୍କ ବେକରେ ବେଲ୍ଟ ପିନ୍ଧାଇ ଥିଲେ l ବୀରମହାରାଜପୁର ପ୍ରାଣୀ ଚିକିତ୍ସାଲୟ ପକ୍ଷରୁ ଡାକ୍ତର ଆକାଶ କୁମାର ସାହୁ, ଡାକ୍ତର ଉମିତ କୁମାର ମେହେର, ଡାକ୍ତର ପିୟୁଷ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ପ୍ରାଣୀ ଚିକିତ୍ସାଲୟ ର ଏଭଳି କାର୍ଯ୍ୟ ପାଇଁ ସାଧାରଣରେ ଭୁୟୀୟସୀ ପ୍ରଶଂସା କରାଯାଇଛି l ଆଗକୁ ବାକି ପଡ଼ିଥିବା ବୁଲା ଗାଈ ଗୋରୁଙ୍କ ବେକରେ ରେଡିୟମ ବେଲ୍ଟ ପିନ୍ଧାଇ ବା ସହିତ ଅଧିକ ସଚେତନତା ସୃଷ୍ଟି କରାଯିବ ବୋଲି ଜଣାଯାଇଛି l

