Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ଅଧ୍ୟକ୍ଷ ତ୍ରୀପତି ପାଣିଗ୍ରାହୀଙ୍କ ଧର୍ମପତ୍ନୀଙ୍କ ପରଲୋକ

ଗୁଡାରି: ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ତ୍ରୀପତି ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଶ୍ରୀମତୀ ସୌଦାମିନୀ ପାଣିଗ୍ରାହୀ ରବିବାର ଦିନ ଅପରାହ୍ନ ପ୍ରାୟ ଏକଘଣ୍ଟା ସମୟରେ ଇହଧାମ ତ୍ୟାଗକରି ସ୍ୱର୍ଗ ପ୍ରାପ୍ତି ହୋଇଛନ୍ତି। ମୃତ୍ୟୁ ସମୟରେ ତାଙ୍କ ସ୍ବାମୀଙ୍କ ସହ ସମସ୍ତ ପରିବାର ଲୋକ ଉପସ୍ଥିତ ଥିଲେ। ସ୍ବର୍ଗତ ସୌଦାମିନୀ ଦେବୀ ଜଣେ ଅତୀ ସରଳ ଏବଂ ଧର୍ମ ପରାୟଣ ମହିଳା ଥିଲେ।ମୃତ୍ୟୁ ସମୟରେ ତାଙ୍କୁ ୬୫ବର୍ଷ ହୋଇଥିବା ତାଙ୍କ ପୁତ୍ର ତପୁ ପାଣିଗ୍ରାହୀ( ସାମ୍ବାଦିକ) କହିଛନ୍ତି। ତାଙ୍କ ଅନ୍ତରାତ୍ମାର ସଦ୍ଗତୀ କାମନା କରି ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛୁ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ….।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ