ବୀରମହାରାଜପୁର ମହାବିଦ୍ୟାଳୟ ପରିସରରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ପରିସରରେ ‘ଶକ୍ତିଶ୍ରୀ’ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ଶୀର୍ଷକ ଏକ ବିଶେଷ ସଚେତନତା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରିଥିଲେ। ଇତିହାସ ବିଭାଗ ଅଧ୍ୟାପିକା ଡ. ବନ୍ଦିତା ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ସାମାଜିକ ବିକାଶ ଓ ଆତ୍ମନିର୍ଭରଶୀଳତା ଉପରେ ଆଲୋକପାତ କରିଥିଲେ । ଓଡ଼ିଆ ବିଭାଗ ଅଧ୍ୟାପିକା ଯାମିନୀ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲିଙ୍ଗଗତ ସମାନତା ଏବଂ ସମାଜ ଗଠନରେ ନାରୀ ଶକ୍ତିର ଭୂମିକା, ନାରୀ ସୁରକ୍ଷା ସମ୍ପର୍କରେ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ସଭାରେ ଅଧ୍ୟାପିକା ଡ. ସୁଶ୍ରୀ ପ୍ରିୟଦର୍ଶିନୀ ପଣ୍ଡା ସୁପ୍ରଭା ନନ୍ଦ, ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିବା ବେଳେ ଅଧ୍ୟାପିକା ମାଳତୀ ନାଏକ ଓ ସୋନାଲି ସାହୁ ଉପସ୍ଥିତ ରହି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ‘ଶକ୍ତିଶ୍ରୀ’ର ସଂଯୋଜିକା ହରପ୍ରିୟା ମହାପାତ୍ର ସମ୍ପୂର୍ଣ୍ଣ ସଭା ସଂଯୋଜନା କରିବା ସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

