Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମିନି ଷ୍ଟାଡିୟମ୍ ରେ ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଉପଖଣ୍ଡ ସ୍ତରୀୟ ୮0ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଟ ରେ ଅଭିବାଦନ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ଏବଂ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠ ପ୍ୟାରେଟ ଦଳକୁ ପୁରସ୍କୃତ କରିଥିଲେ l ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ରେ ଉପଖଣ୍ଡ ର ଶ୍ରେଷ୍ଠ ମାର୍କ ରଖିଥିବା ଗଣପତି ଆଦର୍ଶ ଶିକ୍ଷା ନିକେତନର ଛାତ୍ରୀ ଅଲିଶା ମହାକୁର ଏବଂ ଜୟକିଷାନ ହାଇସ୍କୁଲ ହିଙ୍ଗମା ର ଛାତ୍ର ପ୍ରଦ୍ୟୁମ୍ନ କର୍ଣ୍ଣ ଙ୍କୁ ସ୍ବର୍ଗତ ଶିକ୍ଷକ ଦାଶରଥି ହୋତା ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଛି l ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ପରିଚାଳନା କରିଥିବାବେଳେ l ଶିକ୍ଷକ ଅକ୍ଷୟ କୁମାର ରାଏ ପୁରସ୍କାର ବିତରଣ ଉତ୍ସବ ର ପରିଚାଳନା କରିଥିଲେ l ଶେଷରେ ସୂଚନା ପ୍ରସାରଣ ଅଧିକାରୀ ଅଶୋକ ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ