ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିବସ ରେ କଂଗ୍ରେସ ତରଫରୁ ମିନି ମାରାଥନ କାର୍ଯ୍ୟକ୍ରମ
ବୀରମହାରାଜପୁର : ଆସନ୍ତା ୨୦ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମତିଥି ଅବସରରେ ବୀରମହାରାଜପୁର ର ରଥପୁର ଛକ ଠାରୁ ବସଷ୍ଟାଣ୍ଡ ଛକ ଯାଏ ମିନି ମାରାଥନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଏଥିରେ ପ୍ରଥମ ସ୍ଥାନ ପାଇଁ ୧୦,୦୦୦ ଟଙ୍କା, ଦ୍ୱିତୀୟ ୭,୦୦୦ ଟଙ୍କା ଓ ତୃତୀୟ ୫,୦୦୦ ତାଙ୍କ ତଥା ୫ଟି ସ୍ୱାନ୍ତନାମୂଳକ ପୁରସ୍କାର ପାଇଁ ୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି କଂଗ୍ରେସ ସେବା ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
୧୫ରୁ ଉର୍ଦ୍ଧ୍ବ ବୟସର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଛି ।

