Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ହୋଟେଲ ‘ରାଜ ମହଲ’ ମାଲିକ ତଥା ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ଦ୍ୱିତୀୟ ଅଭିଯୁକ୍ତ ସଞ୍ଜୀବ ବେହେରା ଗିରଫ ।

​ବଲାଙ୍ଗୀର,୧୬।୮: ବଲାଙ୍ଗୀରର ବହୁଚର୍ଚ୍ଚିତ ନରେନ୍ଦ୍ର ସାହୁ (ଗୁଣ୍ଡା ସାହୁ) ଅପହରଣ ମାମଲାରେ ବଲାଙ୍ଗୀର ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ପୁଲିସ ଦ୍ୱିତୀୟ ଅଭିଯୁକ୍ତ ସଞ୍ଜୀବ ବେହେରାଙ୍କୁ ଗିରଫ କରିଛି। ଗିରଫ ସଞ୍ଜୀବ ବେହେରା ବଲାଙ୍ଗୀର ସହରର ତୁଲସୀନଗର ପଡ଼ାର ବାସିନ୍ଦା ବୋଲି ଜଣାପଡ଼ିଛି।

​ଷଡ଼ଯନ୍ତ୍ରରେ ସାମିଲ: ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ଚନ୍ଦ୍ର ସାହୁ ଗିରଫ ହୋଇଥିବା ବେଳେ, ସଞ୍ଜୀବ ବେହେରା ତାଙ୍କୁ ଅପହରଣର ପ୍ଲାନିଂ ଓ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାରେ ସହଯୋଗ କରିଥିଲେ।

କ୍ଷିତିଶ ସାହୁ ବଲାଙ୍ଗୀରର ଏକ ହୋଟେଲରେ ରହି ଅପହରଣର ଯୋଜନା କରୁଥିବା ସମୟରେ, ସଞ୍ଜୀବ ସେଠାକୁ ଯାଇ ଅପହରଣର କାହାଣୀ ଓ ଆଇଡିଆ ଦେଇଥିଲେ।
​ରଣ୍ଡା ଛକ ଓ ସ୍ପଟ୍ ସନ୍ଧାନ: ରଣ୍ଡା ଛକ ସମେତ କେଉଁ ସ୍ଥାନରୁ ଗୁଣ୍ଡା ସାହୁଙ୍କୁ ଅପହରଣ କରାଯିବ, କେଉଁ ବାଟ ଦେଇ ନିଆଯିବ ଓ କେଉଁଠି ରଖାଯିବ—ଏହି ସମସ୍ତ ପ୍ଲାନିଂରେ ସଞ୍ଜୀବଙ୍କ ପ୍ରତ୍ୟକ୍ଷ ଭୂମିକା ଥିଲା।

ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ପୁଲିସ ଖୋଜୁଛି ଏବଂ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାପାମାରି ଓ ଖାନତଲାସି ଜାରି ରହିଛି।
​ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ଏବଂ ଆଗାମୀ ଦିନରେ ଏହି ଅପହରଣ କାଣ୍ଡ ପଛର ଅନ୍ୟ କିଛି ବଡ଼ ରହସ୍ୟ ପର୍ଦ୍ଦାଫାସ ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories