Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ହୋଟେଲ ‘ରାଜ ମହଲ’ ମାଲିକ ତଥା ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲା: ମହିଳା ଏସଆଇ ଓ ଜଣେ ସାମ୍ବାଦିକ ଅଟକ, ଖୋଲୁଛି ‘ହନୁମାନ ମୁଦ୍ରା’ ଠକେଇର ଗୁମର ।

ବଲାଙ୍ଗୀର,୧୭।୮: ବଲାଙ୍ଗୀରର ପ୍ରସିଦ୍ଧ ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ଏକ ବଡ଼ ଓ ଚାଞ୍ଚଲ୍ୟକର ମୋଡ଼ ସାମ୍ନାକୁ ଆସିଛି। ଘଟଣା ଘଟିବା ପରଠାରୁ ଦିନକୁ ଦିନ ଏହି ଘଟଣା ନୂଆ ମୋଡ଼ ନେଉଥିବା ବେଳେ ଏବେ ପୋଲିସ ଜଣେ ମହିଳା ସବ-ଇନ୍ସପେକ୍ଟର (SI) ଏବଂ ଜଣେ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ମହିଳା ଏସଆଇ ଜଣକ ଅଭିଯୁକ୍ତ କ୍ଷିତିଶ ଚନ୍ଦ୍ର ସାହୁଙ୍କୁ ନିଜ ସରକାରୀ ବାସଭବନରେ ଆଶ୍ରୟ ଦେଇଥିଲେ। ପୋଲିସ ଏହି ଘଟଣାରେ ସମ୍ପୃକ୍ତି ପାଇବା ପରେ ମହିଳା ପୋଲିସ ଅଫିସରଙ୍କୁ ଅଟକ ରଖି ଖଣ୍ଡଗିରି ଥାନାରେ ଅଧିକ ତଦନ୍ତ ଜାରି ରଖିଛି। ଏହା ସହିତ ଏହି ଅପହରଣ ଓ ନେଣଦେଣ ଘଟଣାରେ ସନ୍ଦେହଜନକ ଭୂମିକା ପାଇଁ ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।
ମିଳିଥିବା ସୂଚନା ଅନୁସାରେ, ଏହି ସମ୍ପୂର୍ଣ୍ଣ ଘଟଣାପ୍ରବାହ ପଛରେ ରହିଛି ‘ହନୁମାନ ମୁଦ୍ରା’ (Hanuman Coin) କାରବାର। ପ୍ରାୟ ୨.୭୦ କୋଟି ଟଙ୍କାର ବଡ଼ ଧରଣର ନେଣଦେଣ ଓ ଠକେଇକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗୁରୁତର ବିବାଦ ସୃଷ୍ଟି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣର ରୂପ ନେଇଥିଲା।
ତଦନ୍ତରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଅଟକ ଥିବା ପୋଲିସ ଏସଆଇ ସ୍ନେହା ମଞ୍ଜରୀ ସାହୁ ଏବଂ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ଚନ୍ଦ୍ର ସାହୁ ସମ୍ପର୍କରେ ଭାଇ-ଭଉଣୀ।
ପୋଲିସ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ସାହୁ, ମହିଳା ଏସଆଇ ସ୍ନେହା ମଞ୍ଜରୀ ସାହୁ ଏବଂ ସମ୍ପୃକ୍ତ ସାମ୍ବାଦିକଙ୍କ ମଧ୍ୟରେ ଥିବା ଲିଙ୍କ୍, ଟଙ୍କା ନେଣଦେଣର ତଥ୍ୟ ଏବଂ ଅପହରଣର ପୂର୍ବ ଯୋଜନା ସମ୍ପର୍କରେ ତଥ୍ୟ ଆଦାୟ କରୁଛି। ଏହି ଘଟଣାରେ ଆହୁରି କେତେକ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories