Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳରେ କୁଷ୍ଠ ଚିହ୍ନଟି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଅଧିନସ୍ଥ ସମସ୍ତ ଗ୍ରାମରେ କୁଷ୍ଠ ଚିହ୍ନଟି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କ୍ରମ ର ପ୍ରଥମ ଦିନ ରେ ଡାକ୍ତରଖାନା ଅଧିନସ୍ଥ ସମସ୍ତ ଆଶା ଦିଦି ନିଜ ନିଜ ଅଞ୍ଚଳରେ ଘର କୁ ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସହିତ କୁଷ୍ଠ ରୋଗ ର ଲକ୍ଷଣ ଥିବା ବ୍ୟକ୍ତି ମନକୁ ଚିହ୍ନଟ କରି ଡାକ୍ତର ପାଖକୁ ସୁନିଶ୍ଚିତ ପାଇଁ ପ୍ରେରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୨୩୩ ଗୋଟି ଘର କଭର ହୋଇଥିବାବେଳେ ୧୧୬୦୮ ଜଣ ଯୋଗ୍ୟ ବିବେଚିତ ଲୋକ ଙ୍କ ମଧ୍ୟରୁ ୮୬୮୬ ଜଣ ପରୀକ୍ଷା ହୋଇଥିଲେ। l ୫୪ ଜଣ ସନ୍ଦେହ ଥିବା ବେଳେ , ୩ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ