ବୀରମହାରାଜପୁର କଲେଜ ରେ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ
ବୀରମହାରାଜପୁର : ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ I ଏହା ଛାତ୍ରୀଙ୍କୁ ମାନସିକ ଶକ୍ତି ସହିତ ତୃପ୍ତି ମଧ୍ୟ ପ୍ରଦାନ କରିଥାଏ I ଛାତ୍ରୀମାନେ ପ୍ରଶିକ୍ଷଣ ପ୍ରାପ୍ତକରି ନିୟମିତ ଅଭ୍ୟାସ କରିବା ଆବଶ୍ୟକ ବୋଲି ଆଜି ବୀରମହାରାଜପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I ଆଜି ଅନୁଷ୍ଠାନର ଅଧକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼. ବନ୍ଦିତା ବିଶ୍ଵାଳ, ଅଧ୍ୟାପିକା ସୁପ୍ରଭା ନନ୍ଦ ଏବଂ ଅଧ୍ୟାପିକା ମାଳତୀ ନାଏକ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I କାର୍ଯ୍ୟକ୍ରମର ଅଧିକାରୀ ଅଧ୍ୟାପିକା ହରପ୍ରିୟା ମହାପାତ୍ର ସଭା ସଂଯୋଜନା , ପ୍ରାରମ୍ଭିକ ସୂଚନା ପ୍ରଦାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ I ସଭା ପରେ ପ୍ରଶିକ୍ଷିକା ଶିବାନୀ ପଧାନ ଏବଂ ପ୍ରଣତି ପଧାନ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ I

