ସୁବର୍ଣ୍ଣପୁର ସିନିଅର ଫୁଟବଲ ଲିଗ୍ ବୀରମହାରାଜପୁର ମିନି ଷ୍ଟାଡ଼ିୟମ୍ ରେ ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ହେଉଥିବା ସୁବର୍ଣ୍ଣପୁର ସିନିଅର ଫୁଟବଲ ଲିଗ୍ -୨୦୨୬ ର ଫାଇନାଲ ରେ ଲାତୁରପେଟ କୁ ହରାଇ ଭଗବତୀ କ୍ଲବ କୁଡ଼ାପଡ଼ା ଦଳ ଜୋନ ଚାମ୍ପିଅନ ହୋଇଛି । ଏହି ଲିଗ୍ ରେ ବୀରମହାରାଜପୁର ବ୍ଲକର କୁଡ଼ାପଡ଼ା, ଜଟେସିଂହା , ମର୍ନିଙ୍ଗ କ୍ଲବ ବୀରମହାରାଜପୁର , ଫୁଲଚରା , ଲାତୁରପେଟ , ସୁବଳୟା , ବୀରମହାରାଜପୁର ଆଦି ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ। ସେମିଫାଇାଲରେ କୁଡ଼ାପଡ଼l , ଲାତୁରପେଟ , ବୀରମହାରାଜପୁର ଓ ଫୁଲଚରା ପ୍ରବେଶ କରିଥିଲେ। ଫାଇନାଲ ରେ କୁଡ଼ାପଡ଼ା ଓ ଲାତୁରପେଟ ମଧ୍ୟରେ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ହୋଇଥିଲା। ଫଳରେ ପେନାଲଟି ସୁଟ୍ ଆଉଟ୍ ରେ କୁଡ଼ାପଡ଼ା ୪-୩ ଗୋଲରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ମ୍ୟାଚ୍ ଗୁଡିକରେ ଶ୍ରବଣ ବିଶ୍ୱାଳ , ଦୂର୍ଗା ବେହେରା, ସୂରଜ ପ୍ରଧାନ ଓ ରଞ୍ଜନ ସାହୁ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ସୁବର୍ଣ୍ଣପୁର ଜିଲ୍ଲା ସ୍ପୋର୍ଟସ ସଂଘ ର ସାଧାରଣ ସମ୍ପାଦକ ପୀୟୁଷ ପଣ୍ଡା ଓ ଫୁଟବଲ ସମ୍ପାଦକ ରାଜୀବ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଚମ୍ପେ ସେଠୀ ଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଓ ଉତ୍ତମ ସାହୁ ଙ୍କୁ ଶ୍ରେଷ୍ଠ ଗୋଲ କିପର ଭାବେ ଘୋଷଣା କରାଯିବା ସହିତ ଉଭୟ ଚାମ୍ପିୟନ୍ ଓ ରନର୍ସ ଅଫ୍ ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

