କୋଡୀଙ୍ଗା ମାଳି ବକ୍ସାଇଟ ଖନନ ସମ୍ପ୍ରସାରଣ ପ୍ରସଙ୍ଗ….ସମାପ୍ତ ହେଲା ଜନ ଶୁଣାଣି… ମତ ରଖିଲେ ପ୍ରଭାବିତ ଅଞ୍ଚଳବାସି…ବକ୍ସାଇଟ ନେବାକୁ ସ୍ୱାଗତ କିନ୍ତୁ ବିକାଶକାର୍ଯ୍ୟ କୁ ଗୁରତ୍ୱ ଦେବାକୁ ପରାମର୍ଶ…
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଚମ୍ପି ହାଇସ୍କୁଲ ପଡିଆ ରେ ରାଜ୍ୟ ପ୍ରଦୂର୍ଷଣ ବୋର୍ଡ ଓ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ଜନଶୁଣାଣି ସମାପ୍ତ ହୋଇଯାଇଛି…ରାୟଗଡା ଓ କୋରାପୁଟ ଜିଲ୍ଲା ସୀମାନ୍ତ ରେ ଥିବା ଲକ୍ଷ୍ମୀପୁର ବ୍ଲକ ର କୋଡୀଙ୍ଗା ମାଳି ରୁ ଗତ ଆଠ ବର୍ଷ ହେବ ବାର୍ଷିକ ତିନି ଦଶମିକ ଛ ମିଲିଆନ ଟନ ବକ୍ସାଇଟ ଖନନ କରାଯାଇ ବେଦାନ୍ତ ସମେତ ଅନ୍ୟ କମ୍ପାନୀ କୁ ଓଏମସି ଜରିଆରେ ପ୍ରଦାନ କରାଯାଉଛି, ବର୍ତ୍ତମାନ ଏହି କୋଡୀଙ୍ଗା ମାଳି ଖଣି ଅଞ୍ଚଳ ରୁ ୩. ୬ ମିଲିଆନ ଟନ ବକ୍ସାଇଟ ରୁ ୬ ମିଲିଆନ ଟନ ବୃଦ୍ଧି ନିମନ୍ତେ ଜନସୁଣାଣି ଅନୁଷ୍ଠିତ ହୋଇଥିଲା… ଏଥିରେ ୪୧ ଜଣ ଅଞ୍ଚଳ ବାସି ନିଜ ନିଜ ମତ ରଖିଥିବା ବେଳେ ଅନେକ ପ୍ରଭାବିତ ଅଞ୍ଚଳ ବାସି ଙ୍କ ଦାବୀ ପତ୍ର ଗ୍ରହଣ କରାଯାଇଛି …..ପ୍ରଭାବିତ ଅଞ୍ଚଳ ବାସି ଖଣି ଖନନ ବୃଦ୍ଧି କୁ ସମର୍ଥନ ରଖିଥିବା ବେଳେ ଅନେକ ଦାବୀ ପୂରଣ କରିବାକୁ କହିଥିଲେ… ଦାବୀ ମାନଙ୍କ ମଧ୍ୟରେ ଅଞ୍ଚଳ ର ବିକାଶ ସହ ଶିକ୍ଷା, ସ୍ଵାସ୍ଚ୍ୟ,ଗମନାଗମନ ପାନୀୟଜଳ କୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା..ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ନରେଶ ଚନ୍ଦ୍ର ଶବର ଉପସ୍ଥିତ ରହି ଜନ ଶୁଣାଣି ର ସମସ୍ତ ଅଭିଯୋଗ ଶୁଣିଥିଲେ…ଜନ ଶୁଣାଣି ସମାପ୍ତ ହେବା ପରେ ଓଏମସି ରିଜିଓନାଲ ମ୍ୟାନେଜର ପାରି ପାର୍ଶ୍ଵିକ ଅଞ୍ଚଳ ସକାଶେ କଣକଣ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ଓ ଆଗକୁ ସିଏସଆର ଫଣ୍ଡସ ମାଧ୍ୟମରେ କଣକଣ କରାଯିବ ସେ ବିଷୟ ରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ…
ଖଣି ନିଗମ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଚମ୍ପି ଠାରେ ଅନୁଷ୍ଠିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ପ୍ରଭାବିତ ଅଞ୍ଚଳ ବାସି ଉପସ୍ଥିତ ରହି ଖଣି ଖନନ ବୃଦ୍ଧି କୁ ସ୍ୱାଗତ କରିବା ସହ ଅଞ୍ଚଳ ରେ ପାରି ପାର୍ଶ୍ଵିକ ବିକାଶ କରିବାକୁ ଖୋଲା ମଞ୍ଚ ରେ ପ୍ରକାଶ କରିଥିଲେ…, ଅଞ୍ଚଳ ବାସି ଯେଉଁ ସବୁ କଥା କହିଛନ୍ତି ତାହା ଭିଡିଓ ଉତ୍ତଳୋନ କରାଯାଇ ରଖା ଯାଇଛି, ତାହାକୁ ତର୍ଜମା କଲା ପରେ ବୃଦ୍ଧି ପ୍ରସଙ୍ଗ ରେ ସରକାର ନିଷ୍ପତି ନେବେ ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ଦିପେଶ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି… ..
ଏହି ଜନ ଶୁଣାଣି ରେ ଚମ୍ପି, ଝୋଲାଗୁଡା,, ତୋୟାପୁଟ, ବିରୀଗୁଡା, କୁସୁମଗୁଡା, କେଲାର ଡୁମୁରିପଦ, ଲକ୍ଷ୍ମୀପୁର ଭଳି ଅଞ୍ଚଳ ର ମହିଳା ପୁରୁଷ ମାନେ ଯୋଗ ଦେଇଥିଲେ… ଜିଲ୍ଲା ପ୍ରଶାସନ ତରଫରୁ ଏଡିଏମ ତପନ ନାୟକ ,ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ ଙ୍କ ସମେତ ୧୧ ଜଣ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଓ ଅନେକ ଅଫିସର ଯୋଗଦେଇଥିଲେ।ଜନ ଶୁଣାଣି ପାଇଁ ଲକ୍ଷ୍ମୀପୁର ଠାରୁ ଚମ୍ପି ବିଦ୍ୟାଳୟ ପଡିଆ ପର୍ଯ୍ୟନ୍ତ କୋରାପୁଟ ରୁ ଆସିଥିବା ପୋଲିସ ଛାଉଣୀ ହୋଇ ରହିଥିବା ବେଳେ କୋରାପୁଟ ଏସପି ରୋହିତ ବର୍ମା , ଅତିରିକ୍ତ ଏସପି, ଅନେକ ସ୍ଥାନର ଏସଡ଼ିପିଓ, ଥାନା ଆଇଆଇସି ମାନଙ୍କ ସହ ଫୋର୍ସ ମୃତୟନ ହୋଇଥିଲେ…

