Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଚେତନତା ସଭା

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ପରିବେଶବିତ୍ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଓ ବିଦ୍ୟାଳୟର ଅଧ୍ୟକ୍ଷା ଡ଼.ଜ୍ୟୋତ୍ସ୍ନାପ୍ରିୟା ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସତ୍ୟ ନାରାୟଣ ପଟେଲ, ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ଅଧ୍ୟାପିକା ମନି କୁମାରୀ ସିଂ, ଉଜ୍ଜ୍ୱଳ ମିଶ୍ର, ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ, ସୁରଜିତ ଜେନା, କୁମର ମଣି ରାଉତ, ରିଶବ୍ ତିୱାରୀ, କୁମାର ନରେନ୍ଦ୍ର ପ୍ରସାଦ,ରାଧା ପାଣ୍ଡେ, ଦାହେର ଖାତୁନ, ସ୍ୱାତୀ ବର୍ମା, ସୋକୁମ୍ୟଲିନା ସାହୁ, ଶ୍ରାବଣୀ ଭଣ୍ଡରାୟ, ସ୍ୱାତୀ କୁମାରୀଙ୍କ ସହ ଶତାଧିକ ଅଭିଭାବକ, ଅଭିଭାବିକା ଓ ଛାତ୍ର,ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଦୁଇ ଶତାଧିକ ବିଭିନ୍ନ ଧରଣର ଫଳ ଚାରା ଲଗା ଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷା ଡ଼ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ମୁଖ୍ୟ ଅତିଥି ପରିବେଶବିତ୍ ସୁବାସ ନାୟକ ଉଦବୋଧନ ଦେଇଥିବା ବେଳେ ସାମ୍ବାଦିକ ଗଗନ ଶର୍ମା। ଉଦ୍ୟାନ ବିଭାଗର ଅବସର ନେଇଥିବା ରବୀନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅଧ୍ୟାପକ ସତ୍ୟ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରବୀନ୍ଦ୍ର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories