ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲାର ଅଗ୍ରଣୀ ଯୁବ ମହାସଙ୍ଘ ଅନୁଷ୍ଠାନ, ଉଲୁଣ୍ଡାକୁ ଚଳିତ ବର୍ଷ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନ୍ଭେନ୍ସନ ସେଣ୍ଟର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଭର୍ଚ୍ଚୁଆଲ ଯୋଗେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ଏସଆରସି ସତ୍ୟଜିତ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଯୁବ ମହାସଙ୍ଘ, ଉଲୁଣ୍ଡା ସଭାପତି ମହେଶ କୁମାର ପୁରୋହୀତ, ପୂର୍ବତନ ସଭାପତି ପ୍ରମୋଦ ପଧାନ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ଅମାତଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ମାନପତ୍ର ସହ ୨୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ସୂଚନା ଥାଉ କି, ଯୁବ ମହାସଙ୍ଘ, (ଉଲୁଣ୍ଡା ) ଦ୍ୱାରା ବିଭିନ୍ନ ସମୟରେ ବୃକ୍ଷରୋପଣ ସହ ସଫେଇ କାର୍ଯ୍ୟକ୍ରମ ତଥା ଖରା ଦିନେ ପଶୁପକ୍ଷୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ଜଙ୍ଗଲରେ ନିଆଁ ଲିଭାଇବା ସଙ୍ଗେ ପରିବେଷକୁ ସୁରକ୍ଷା ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥାଏ ।
ଉଲୁଣ୍ଡା ଯୁବ ମହାସଂଘ କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ
