Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ଡାକୁଛି ପୁଣି ମହାମାରୀ: ନିଷ୍କ୍ରିୟ ପ୍ରଶାସନ

ସମ୍ବଲପୁର: ସହର ଡାକୁଛି ଜଣ୍ଡିସ ଭଳି ଓ ଝାଡା ବାନ୍ତି ଭଳି ମହାମାରୀ ରୋଗକୁ।ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସମ୍ବଲପୁର ସହରର ପ୍ରାଣକେନ୍ଦ୍ର କଚେରୀ ରୋଡ(ମେଣ୍ଡେଲା ଛକ) ଠାରେ ।ସହରରେ ପିଇବା ପାଣି ଯୋଗାଣ ପାଇଁ ଜନସ୍ୱାସ୍ଥ ବିଭାଗ ଦ୍ଵାରା ଏକ ଚାବି ଅଛି, ମାତ୍ର ଚାବିଟି ଯେଉଁ ସ୍ଥାନରେ ଅଛି ସେ ସ୍ଥାନଟି ଏକ ଖାଲ ଭିତରେ ଦିର୍ଘ ଦିନ ହେବ ନର୍ଦ୍ଦମା ଜଳରେ ପୂର୍ଣ୍ଣ ହୋଇଅଛି।ମହାନଗର ନିଗମ କର୍ତ୍ତୁପକ୍ଷଙ୍କ ଏ ଦିଗରେ ନଜର ନପଡିବା ଯେତିକି ରହସ୍ୟ ତାଠାରୁ ଅଧିକ ରହସ୍ୟ ହେଉଛି ଏହି ଛକ ଜିଲ୍ଲାର ସବୁ ବଡବଡିଆ ଅଧିକାରୀଙ୍କ ଗମନାଗମନ ପଥ। ପୁଣି ନ୍ୟାୟାଧିଶ ମାନଙ୍କ ପରି ସବୁ ମାଜିଷ୍ଟ୍ରେଟ ମାନଙ୍କ କାର୍ଯ୍ୟାଳୟ।ଅଧିକାରୀଙ୍କ ଠାରୁ ହିତାଧିକାରୀ ଏହି ପାନୀୟ ଜଳ ଉପରେ ନିର୍ଭର କରୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ କରୁଛି କଣ ଓ ମହାନଗର ନିଗମରେ ସ୍ୱାସ୍ଥ୍ୟ ବିଭାଗ ଯଦି କାମ କରୁଛି ତେବେ ଏହି ସମ୍ଭାବ୍ୟ ମହାମାରୀ ପ୍ରତି ସତର୍କ ସୂଚନା ଦେବାରେ ବିଳମ୍ବ କାହିଁକି ?

ସହରର ପାନୀୟ ଜଳ ବ୍ୟବସ୍ଥାକୁ ବିଷ ବଳୟରୁ ମୁକ୍ତ କରିବାକୁ ଆଜିହିଁ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନଚେତ ଆଗାମୀ ଦିନରେ ଡାଇରିଆ,ଜଣ୍ଡିସ ଭଳି ମହାମାରୀ ସମ୍ବଲପୁର ବାସୀଙ୍କୁ ପୁଣି କବଳିତ କରିପାରେ । ତେଣୁ ଏ ଦିଗ ପ୍ରତି ପ୍ରଶାସନ ଯତ୍ନବାନ ନହେଲେ ସମ୍ବଲପୁରକୁ ତଳିତଳାନ୍ତ କରି ଲୋକଙ୍କୁ ଦୁର୍ଦ୍ଦଶା ଦେଇ ସରକାରଙ୍କୁ ବଦନାମ୍ କରିବାରେ ଏମାନଙ୍କ ମିଳିତ ଷଡଯନ୍ଠକୁ ଦାୟି କରାଯିବା ଭଳି ଅଭିଯୋଗକୁ ସହଜରେ କେହି ଏଡାଇ ଦେଇ ପାରିବେନି ।