Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଦୂର୍ଘଟଣାଗ୍ରସ୍ତ ଆହତଙ୍କୁ ସେବା ଯୋଗାଇବ ଜନ କଲ୍ୟାଣ ଟ୍ରଷ୍ଟ

ବରଗଡ଼: ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ବାହାନଗା ଟ୍ରେନ୍ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଓ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମା ର ଶାନ୍ତି ପ୍ରଦାନ ପାଇଁ ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଲାଦେରପାଲି ସ୍ଥିତ ରାମଚଣ୍ଡୀ ମନ୍ଦିର ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରେ ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ, ଅତାବିରା ଜନ କଲ୍ୟାଣ କୁଲତା ସମାଜ ଅତାବିରା ବ୍ଳକ, ଏକ୍ସ ଆର୍ମି ଏସୋସିଏସନ, ରାଜ୍ୟ କୃଷକ ସଂଗଠନ, ସମାଜସେବୀ ଶିବାନନ୍ଦ ମଟାରୀ,ପରେଶ କୁମାର ମେହେର,ସାମ୍ବାଦିକ, ବୁଦ୍ଧିଜୀବୀ ଓ ଅନେକ ବ୍ୟକ୍ତି ବିଶେଷ ସାମିଲ୍ ହୋଇ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ଆହତ ବ୍ୟକ୍ତି ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହା ସହିତ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଏକ ପ୍ରତିନିଧି ଦଳ ଆହତ ବ୍ୟକ୍ତି ମାନଙ୍କ ପାଖକୁ ଯାଇ ସେମାନଙ୍କ ସେବା କରିବା ପାଇଁ ଟ୍ରଷ୍ଟର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ