Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡା.ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ I

ସମ୍ବଲପୁର: ସମ୍ବଲପୁରର ଡା.ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ଉଚ୍ଚତର ଚିକିତ୍ସା ପାଇଁ ୨ ଜଣ ଏବଂ ପାଠପଢା ପାଇଁ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି I ଗତ ୩ ତାରିଖ ପ୍ରତିଷ୍ଠାତ୍ରୀ ପୂର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଚିକିତ୍ସା ସକାଶେ ଲକ୍ଷ୍ମୀଡୁଙ୍ଗୁରୀର ମନୋଜ ବାଗଙ୍କୁ ୧୦ ହଜାର ଟଙ୍କା ଏବଂ ଲଇଡା ରଙ୍ଗଟିକ୍ରାର ଇଶତ ମହାନନ୍ଦଙ୍କୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଏହାସହିତ ୩ ଜଣ ଛାତ୍ରୀଙ୍କ ଶିକ୍ଷା ବୃତ୍ତି ପରିବର୍ଦ୍ଧିତ କରାଯିବା ସହ ଭୂତାପଡାର ରଞ୍ଜୁ ମୁଣ୍ଡାଙ୍କୁ ବହିଖାତା କିଣିବାକୁ ୨ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ବୁର୍ଲାର ଋକ୍ମଣୀ ମିଶ୍ର ଟ୍ରଷ୍ଟ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସଭ୍ୟ ସୁଧୀର ପୂଜାରୀ ସରକାରୀ ଚାକିରୀରୁ ଅବସରଗ୍ରହଣ କରିଥିବାରୁ ତାଙ୍କୁ ଟ୍ରଷ୍ଟ ପ୍ରତିଷ୍ଠାତ୍ରୀ ଡା.ପାଣିଗ୍ରାହୀ ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଶ୍ରୀ ପୂଜାରୀଙ୍କ ଦୀର୍ଘ ନିରାମୟ ଜୀବନ ଏବଂ ସକ୍ରିୟ ସାଧାରଣ ଜୀବନ କାମନା କରାଯାଇଥିଲା। ବୈଠକ ପ୍ରାରମ୍ଭରେ ବାଲେଶ୍ବର ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଟ୍ରଷ୍ଟ ସମ୍ପାଦକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକର ଆଲୋଚନାରେ କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ ଏବଂ ସଭ୍ୟବୃନ୍ଦ ଡ.ନିରୁପମା ବଡପଣ୍ଡା, ସୁଧୀର ପୂଜାରୀ,ଦେବାଶିଷ ନନ୍ଦ, ବିପିନ ବିହାରୀ ପଣ୍ଡା, ସୁବ୍ରତ ପଣ୍ଡା ଓ ଶିବ ନନ୍ଦ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ