ସୁବଳୟାରେ ରାଧା କୃଷ୍ଣଙ୍କ ଝୁଲଣ ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ରେ ଆୟୋଜିତ
ବୀରମହାରାଜପୁର : ଝୁଲଣ ପୂର୍ଣ୍ଣିମା ତଥା ଝୁଲଣ ଯାତ୍ରା ହେଉଛି ଏକ ପ୍ରମୁଖ ହିନ୍ଦୁ ପର୍ବ, ଯାହା ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣିମା (ରକ୍ଷାବନ୍ଧନ) ଦିନ ସମାପ୍ତ ହୋଇଥାଏ। ଏହି ଉତ୍ସବ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ଦିବ୍ୟ ପ୍ରେମ ଏବଂ ଲୀଳାକୁ ସ୍ମରଣ କରି ପାଳନ କରାଯାଇଥାଏ l ଏହି ପର୍ବରେ ରାଧା କୃଷ୍ଣ ଙ୍କୁ ସୁସଜ୍ଜିତ ଦୋଳି ରେ ବିରାଜମାନ କରାଯାଇଥାଏ। ଭକ୍ତମାନେ ଶ୍ରଦ୍ଧାର ସହିତ ପ୍ରଭୁଙ୍କ ଦୋଳିକୁ ଟାଣିଥାନ୍ତି ଏବଂ ପୂଜାର୍ଚ୍ଚନା କରିଥାନ୍ତି l ଏହି ପର୍ବ ପ୍ରକୃତିର ସବୁଜିମା ଓ ଶ୍ରାବଣର ବର୍ଷାଧାରା ଭିତରେ ଜୀବନ ଓ ଆଧ୍ୟାତ୍ମିକ ଚିନ୍ତନର ଏକ ଅପୂର୍ବ ସମନ୍ୱୟ ସୃଷ୍ଟି କରିଥାଏ। ପୂର୍ଣ୍ଣିମା ବା ରାଖୀ ପୂର୍ଣ୍ଣିମା ଦିନ ଏହି ଆନନ୍ଦମୟ ଝୁଲଣ ଯାତ୍ରାର ଅବସାନ ହୋଇଥାଏ l ଏହି ପବିତ୍ର ଯାତ୍ରା ଟି ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ପ୍ରାୟ 100 ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ଝୁଲଣ ଯାତ୍ରା ଆଧ୍ୟାତ୍ମିକ ପରିବେଶ ରେ ନିବଛୀନ ଭାବେ ଅନୁଷ୍ଠିତ ହୋଇ ଆସୁଛି l ଏହି ରାଧାକୃଷ୍ଣ ଙ୍କ ପ୍ରେମ ରୂପକ ଯାତ୍ରା ଅବସରେ ସୁବଳୟା ସହରରେ ପ୍ରାୟ 6 ଗୋଟି ଝୁଲଣ ମେଢ଼ ସାଂସ୍କୃତିକ ଶୋଭାଯାତ୍ରା ରେ ଆଧ୍ୟାତ୍ମିକ ପରିବେଶ ରେ ପରୀକ୍ରମା କରିଥାଏ l ସୁବଳୟା ର ଗଡଭିତର, ଵଲଦେବ କ୍ଳବ, ସାନଦାଣ୍ଡ , ବଡ଼ଦାଣ୍ଡ , ଅବଧୁତ କ୍ଳବ , ପୂର୍ଣ୍ଣବାସୀ କ୍ଳବ ରୁ ଝୁଲଣ ମେଢ଼ ମଠ ମନ୍ଦିର ରୁ ପୁ୍ଣ୍ଣିମା ଦିନ ମଧ୍ୟରାତ୍ରି ବାହାରି ପରଦିନ ଅପରାହ୍ନ ରେ ପ୍ରଭୂ ମାନେ ମନ୍ଦିର ରେ ପ୍ରେବେଶ କରିଥାନ୍ତି , କିନ୍ତୁ ଗତ କିଛି ବର୍ଷ ହେବ ସୁରକ୍ଷା ଏବଂ ଆଧୁନିକ ଦ୍ୱାହି ଦେଇ ପୂର୍ଣ୍ଣିମା ଦିନ ମଧ୍ୟରାତ୍ରି ରୁ ରାଧାକୃଷ୍ଣ ଙ୍କ ସହର ପରୀକ୍ରମା ନ କରି ପୂର୍ଣ୍ଣିମା ପର ଦିନ ସକାଳୁ ବିଭିନ୍ନ ମନ୍ଦିର ରୁ ମେଢ଼ ବାହାରି ମାଲ ମାଲ ସଂକୀର୍ତ୍ତନ୍ୟ ଦଳ ଙ୍କ ମେଳରେ ଲକ୍ଷାଧିକ ଭକ୍ତ ତଥା ଶ୍ରଦ୍ଧାଳୁ ଙ୍କ ଗହଣରେ ପରୀକ୍ରମା କରିଥାନ୍ତି l ଏହି ଅବସର ରେ ସୁବଳୟା, ଟିକିରାପଡା, ସହ ଆଖ ପାଖ ଗାଁ ର ପ୍ରତି ଘରେ ଘରେ କୁଣିଆ, ଅଞ୍ଚଳବାସୀ ଏହି ଯାତ୍ରା କୁ ଅପେକ୍ଷା କରି ରହିଥାନ୍ତି l ପ୍ରକାଶ ଯୋଗ୍ୟ କି ଏହି ଯାତ୍ରା କେବେ ଠାରୁ କିପରି ଯାତ୍ରା ଆରମ୍ଭ ହେଲା ଠିକ ଭାବେ କେହି କହିପାରନ୍ତି ନାହିଁ କିନ୍ତୁ ପୂର୍ବରୁ ଶଗଡ ଗାଡି ରେ ପରିକ୍ରମl ହେଉଥିବା ବେଳେ କ୍ରମେ କ୍ରମେ ଆଧିନିକ ଯୁଗରେ ଯାତ୍ରା ଚାଲିଛି l କିନ୍ତୁ କିଛି ସାହି ଏହି ପବିତ୍ର ଯାତ୍ରା କୁ ଅପଭ୍ରଂଶ କରିବାକୁ ଚେଷ୍ଟା କରି ନର୍ତ୍ତକୀ ଙ୍କ ଗହଣ ରେ ଶୋଭାଯାତ୍ରା କରୁଥିଵା ଅଭିଯୋଗ ହେଉଛି l ସମୟ ଥିଲା ଓଡିଶା ର କୋଣ ଅନୁକୋଣ ରୁ ଭଲ ଭଲ ସଂକୀର୍ତ୍ତନୀ ଦଳ ଓ ସଂକୀର୍ତନ୍ୟ ଗୁରୁ ଆସି ଏହି ଝୁଲଣ ଯାତ୍ରା ରେ ଯୋଗଦାନ କରି ନିଜ ଦଳ ଓ ନିଜ ପ୍ରରାକାଷ୍ଟ ଦେଖେଇଥାନ୍ତି ଏବେ କିନ୍ତୁ ଧୀରେଧୀରେ ସେ ସବୁ ମିଳେଇ ଯାଇ ଆଧିନିକ ତଳେ ତଳେ ଯାତ୍ରା ଅନୁଷ୍ଠିତ ହେଉଛି l ସେ ଯାହା ବି ହେଉ ଦୀର୍ଘ କେଉଁ ଆବାହନ କାଳ ରୁ ଚାଲି ଆସିଥିବା ଯାତ୍ରା ଟି କୁ ଅଞ୍ଚଳ ବlସି ଙ୍କ ଚେଷ୍ଟା ରେ ପରିଚାଳିତ ହେଇଆସୁଛି l

