Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି: ଜମନକିରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଜମନକିରା : ଚଳିତ ଖରିଫ ଋତୁରେ ଧାନ ବିକ୍ରି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାର ସମୟ ସୀମା ବୃଦ୍ଧି କରିବା ପାଇଁ ‘ଶ୍ରୀଲକ୍ଷ୍ମୀ କୃଷକ ସୁରକ୍ଷା ସଂଗଠନ, ଜମନକିରା ବ୍ଲକ୍’ ପକ୍ଷରୁ ଦାବି କରାଯାଇଛି। ଏ ନେଇ ସଂଗଠନର ଏକ ପ୍ରତିନିଧି ଦଳ ଜମନକିରା ତହସିଲଦାରଙ୍କ ଜରିଆରେ ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୁ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପଞ୍ଜୀକରଣ ସ୍ଥିତି ଓ ତଥ୍ୟ ଅନୁସାରେ, ଗତ ବର୍ଷ ଜମନକିରା ବ୍ଲକରେ ୩୪୬୫, କୁଳୁଣ୍ଡିରେ ୨୬୯୫ ଏବଂ ଫାଶିମାଲରେ ୩୫୭୨ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ସରକାରୀ ନିୟମ ଅନୁସାରେ ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଧାର୍ଯ୍ୟ କରାଯାଇଥିବା ବେଳେ, ବିଭାଗୀୟ ତଥ୍ୟ ମୁତାବକ ଅଗଷ୍ଟ ଆଜି ୨୬ ତାରିଖ ସୁଦ୍ଧା ଜମନକିରାରେ ୧,୯୬୬, କୁଲୁଣ୍ଡିରେ ୧୫୭୫ଏବଂ ଫାଶିମାଳରେ ମାତ୍ର ୨,୪୫୨ ଜଣ ଚାଷୀ ପଞ୍ଜୀକରଣ କରିପାରିଛନ୍ତି। ବର୍ତ୍ତମାନ ସୁଦ୍ଧା ହାରାହାରି ପ୍ରାୟ ୬୨ ଭାଗ ପଞ୍ଜୀକରଣ ବାକି ରହିଥିବା ବେଳେ, ହାତରେ ଆଉ ମାତ୍ର ୪ ଦିନ ସମୟ ଥିବାରୁ ସମସ୍ତ ଚାଷୀ ପଞ୍ଜୀକରଣ କରିବା ଅସମ୍ଭବ ହୋଇପଡ଼ିଛି। ସର୍ଭର ସମସ୍ୟା, ବୈଷୟିକ ତ୍ରୁଟି ତଥା ଆବଶ୍ୟକୀୟ କାଗଜପତ୍ର ଯାଞ୍ଚରେ ବିଳମ୍ବ ଯୋଗୁଁ ବହୁ ଯୋଗ୍ୟ ଚାଷୀ ଏପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରି ନାହାନ୍ତି। ତେଣୁ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ପ୍ରକ୍ରିୟାକୁ ଆସନ୍ତା ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସଂଘ ଦୃଢ଼ ଦାବି ଜଣାଇଛି।
ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଶ୍ରୀଲକ୍ଷ୍ମୀ କୃଷକ ସୁରକ୍ଷା ସଂଗଠନର ସଭାପତି ବିରେନ୍ଦ୍ର କୁମାର ଚୌଧୁରୀ, ପିଛାଲୁ ଭୋଇ, ଗୁରୁଚରଣ ପଟେଲ, ପିତାମ୍ବର ସାହୁ, ଚୁଡ଼ାମଣି ପଟେଲ, ଲୋକେଶ ଚୌଧୁରୀଙ୍କ ସମେତ ସଂଗଠନର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସ୍ଥାନୀୟ ଚାଷୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ