Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ କାର୍ଯ୍ୟାଳୟ ରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ

ବୀରମହାରାଜପୁର :
ସପ୍ତଦୀପା ସାହିତ୍ୟ ସଂସଦ ଓ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି। ବରିଷ୍ଠ ନାଗରିକ ସଂଗଠନର ସଭାପତି ଦୟାନିଧି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ହରିହର ସିଂହ ବାବୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ଯୋଗଦାନ କରି ମେହେର ସାହିତ୍ୟ କୁ କାଳଜୟୀ କୃତି ବୋଲି ବର୍ଣ୍ଣନା କରିଥିଲେ। ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ ରଥ ସ୍ବାଗତ କରିଥିବାବେଳେ ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା ସହିତ ମେହେର ସାହିତ୍ୟ ରେ ସାମାଜିକ ପ୍ରତିଛବି ଉପରେ ଆଲୋକପାତ କରିଥିଲେ। ସାହିତ୍ୟିକ କିଶୋର ହୋତା, ଜ୍ଞାନେନ୍ଦ୍ର ତ୍ରିପାଠୀ,ବାସୁଦେବ ରଥ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଗଙ୍ଗାଧରଙ୍କ ଜୀବନୀ ଉପରେ ଆଲୋଚନା କରିବା ସହିତ କବିତା ଆବୃତ୍ତି କରିଥିଲେ । ରାଧେଶ୍ୟାମ ପୁରୋହିତ , ସୁରୁ ସାହୁ , ଜମ୍ବେଶ୍ଵର ପ୍ରଧାନ , ସୌମିତ୍ରୀ ମେହେର , ବାସୁଦେବ ପଣ୍ଡା , ନିମାଇଁ ଚରଣ ପଣ୍ଡା, ଚମ୍ପେଶ୍ବର ଦାଶ୍ , ଚମରା ମହାକୁର , ଶ୍ୟାମ ସୁନ୍ଦର ସେଠି, ଶିବ ଖମାରୀ, ନିରାପଦ ମାଇତି, ସନ୍ତୋଷ ସାହୁ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଅକ୍ଷୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ