ଆଜି ଓଡ଼ିଶା ଆସୁଛନ୍ତି ମମତା ବାନାର୍ଜୀ; ଆହତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ‌ନେବେ ସୂଚନା


ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ସାରା ବିଶ୍ବ ମର୍ମାହତ। ତେବେ ଆଜି ପୁଣି ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦିନ ୨ଟାରେ ଭୁବନେଶ୍ବରରେ ପହଞ୍ଚିବେ ମମତା। ଓଡ଼ିଶା ଆସି ଆହତଙ୍କୁ ଭେଟିବେ ଦିଦି। ଆହତ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ନେବେ।

ଭୁବନେଶ୍ବରରେ ପହଞ୍ଚିଲା ପରେ ସେ ଏସସିବି ଯିବେ । ସେଠାରେ ଚିକିତ୍ସାଧୀନ ୫୮ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ପରେ ଡାକ୍ତରୀ ଟିମ୍, ଏସସିବି ଅଧୀକ୍ଷକ ଓ ଅନ୍ୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ଏହାପରେ ପଶ୍ଚିମବଙ୍ଗର କିଛି ମୃତକଙ୍କ ପରିବାରକୁ ଭେଟିବେ। ମମତା ବାନାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ମଧ୍ୟ ଓଡ଼ିଶା ଆସୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।