Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝିରିଆ ପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ରେ ସଂସ୍କୃତ ସପ୍ତାହ ପାଳନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ସଂସ୍କୃତ ସପ୍ତାହ ସହ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ସଂସ୍କୃତ ଶିକ୍ଷକ ଜଗଦିଶ ପଧାନ ସଂସ୍କୃତ ଭାଷା ରେ ନିଜର ବକ୍ତବ୍ୟ ରଖିଥିଲେ I ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ସଂସ୍କୃତ ଭାଷାରେ ବିଭିନ୍ନ ନୀତି ଶ୍ଳୋକ ଅଧ୍ୟୟନ ଦ୍ୱାରା ଛାତ୍ରଛାତ୍ରୀମାନେ ଚରିତ୍ରବାନ ହୋଇପାରିବେ ବୋଲି ନିଜର ଅଭିଭାଷଣରେ କହିଥିଲେ l ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ, ମୀନକେତନ ରଣା ସଂସ୍କୃତ ଭାଷାର ଗାରିମା ବିଷୟରେ ବକ୍ତବ୍ୟ ରଖିଥିଲେ I କର୍ମଚାରୀ ସତ୍ୟନାରାୟଣ ରାଜହଂସ, ଚିତ୍ତରଞ୍ଜନ ପଧାନ, ସରୋଜ କୁମାର ଭୁକ୍ତା, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଆୟୋଜିତ ସଂସ୍କୃତ ସମ୍ବନ୍ଧିୟ କୁଇଜ଼ ପ୍ରତିଯୋଗିତାରେ ସଂଜ୍ଞାସିନୀ ଖେତି ପ୍ରଥମ, ବର୍ଷା ଖେତି ଦ୍ୱିତୀୟ ଓ ଝସକେତନ ପଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ l ଶେଷରେ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ