ବାହାନଗା ରେଳ ଦୁର୍ଘଟଣା; ମାମଲା ରୁଜୁ କଲା ସିବିଆଇ


ଭୁବନେଶ୍ୱର: କାହିଁକି ହେଲା ବାହାନଗା ରେଳ ଦୁର୍ଘଟଣା ସେ ନେଇ ତଦନ୍ତ ଚାଲିଛି। ସିବିଆଇ ସ୍ବତନ୍ତ୍ର ଟିମ୍‌ ଆରମ୍ଭ କରିଛି ତଦନ୍ତ। ସେଥିପାଇଁ ଆଜି ଟିମ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତେବେ ତଦନ୍ତ ପରେ ସିବିଆଇ ବାହାନଗାରେ ଜୁନ୍ ୨ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରିଛି ।

ଜୁନ୍ ୨ ଶୁକ୍ରବାର ରାତି ପ୍ରାୟ ୭ଟାରେ ବାଲେଶ୍ବର ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ନିଜ ଟ୍ରାକରେ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନକୁ ପିଟିଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହା ପରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର ହାୱଡ଼ା ଏକ୍ସପ୍ରେସ ମଧ୍ୟ କରମଣ୍ଡଳ ଏକ୍ସପ୍ରେସର କୋଚ୍ ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।