Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ୟାମ ବିହାର ରାସ୍ତା ଓ ନାଳ ନିର୍ମାଣକୁ ନେଇ ବ୍ୟାପୁଛି ଜନ ଅସନ୍ତୋଷ : ତଦାରଖ ନାହିଁ

ସମ୍ବଲପୁର : ଅଇଁଠାପାଲି କାଇଁଶିର ରୋଡର ୨୦ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ୟାମବିହାରରେ ନାଳ ଓ ସିମେଣ୍ଟ୍ ରାସ୍ତା ନିର୍ମାଣକୁ ନେଇ ଜନ ଅସନ୍ତୋଷ ପୁଞ୍ଜିଭୁତ ହେବାରେ ଲାଗିଲାଣି । ଏହି ସମସ୍ୟାର ସମାଧାନ ପାଇଁ ୱାର୍ଡବାସୀ ମହାନଗର ନିଗମ କମିଶନରଙ୍କୁ ଦେଖାକରି ରାସ୍ତା ଓ ନାଳ ନିର୍ମାଣ କରିବାକୁ ଦାବି କରିଥିଲେ । ସମସ୍ୟାକୁ ଉପଲବ୍ଧି କରାଯାଇ ଏହା କାର୍ଯ୍ୟକାରି କରାଗଲା ସତ କିନ୍ତି ଯେଭଳି କାମ ହେଉଛି ତାହା ଲୋକଙ୍କ କାମରେ ଆସିବା ବଦଳରେ ୱାର୍ଡବାସୀଙ୍କ ଦୁଃଖର କାରଣ ସାଜୁଥିବା ନେଇ ଅଭିଯୋଗ ଆସୁଛି । ସୂଚନା ଯୋଗ୍ୟଯେ ବିରଞ୍ଚି ସାହୁଙ୍କ ଘର ଠାରୁ ଏହା ୧୨୭ ମିଟର କାମ କରିବାକୁ ମାରୁତି କନଷ୍ଟ୍ରକ୍ସନକୁ କାମ ଦିଆଯାଇଛି ।ଏଥିପାଇଁ ଯନ୍ତ୍ରୀ ଓ ସଂପୃକ୍ତ କଣ୍ଟ୍ରାକ୍ଟର୍ ଆସି ଯେଉଁ ଲେଆଉଟ୍ ଦିଆଯାଇଥିଲା ସେଥିରେ ବ୍ୟତିକ୍ରମ ଦେଖା ଯାଇଥିବା ପଡାବାସୀ ଅଭିଯୋଗ କରିବା ସହିତ ଏହାର ତଦାରଖ ହେଉନଥିବାରୁ ଅତି ନିମ୍ନ ମାନର କାମ ହେଉଥିବା ନେଇ କମିଶନରଙ୍କୁ ଜଣାଇଛନ୍ତି । ସଂପୃକ୍ତ ଠିକା ସଂସ୍ଥା ଏହି କାମକୁ ଆଉ ଜଣେ ପେଟି ଠିକାଦାର୍ ହାତରେ ଟେକି ଦେଇଥିବାରୁ ଏହାର ସ୍ଥାୟିତ୍ୱ ଉପରେ ସନ୍ଦେହ ରହୁଥିବା ପଡାବାସୀ କହିଛନ୍ତି। ପୁଣି କାମର ଆଦେଶ ପ୍ରକାରେ କାମ ଯେଉଁଠୁ ଆରମ୍ଭ ହେବା କଥା ସେଠୁ ଆରମ୍ଭ ନହୋଇ ମଧ୍ୟଭାଗ ଅର୍ଥାତ୍ ଶ୍ୟାମବିହାର କଲୋନି ଆରମ୍ଭ ସ୍ଥାନରୁ ଏହି କାମ ହେଉଥିବା ନେଇ ପଡାବାସୀ ଆପତ୍ତି ଉଠାଇଛନ୍ତି।ପୁନଶ୍ଚ ୱାଟର କେଚମେଣ୍ଟ ଅନୁସାରେ ଡ୍ରେନର ପ୍ରସ୍ଥ ଓ ଗଭୀର ଅଢେଇ/୩ ଫୁଟ ରଖାଯାଇଛି।ପୁଣି ପରବର୍ତ୍ତି ସମୟରେ ଦେଖାଗଲା ଯେ ଡ୍ରେନ ୱାଲରୁ ମୋଟେଇ ୬ ଇଞ୍ଚ ରଖାନଯାଇ ୩/୪ ଇଞ୍ଚ ରଖାଯାଉଛି। ପୁଣି ଅଙ୍କାବଙ୍କା ନାଳକୁ ଏଲ ପରି କରାଯାଉଥିବାରୁ ମଳି ଆବର୍ଜନା ଜମି ରହି ନାଳ ଅବରୋଧ ହେବା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ପୁଣି ଡ୍ରେନୱାଇ କଂକ୍ରିଟରେ ଓଭର ସାଇଜ ମେଟାଲ ବ୍ୟବହାର ହେଉଥିବାରୁ ଏହାର ଗୁଣବତ୍ତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ଅଳ୍ପ ବାଧାରେ ଏହା ଭାଙ୍ଗିଯାଉଥିବା ଭଳି ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ ଉପରପଟୁ ଆରମ୍ଭ ହେଉଥିବା ରାସ୍ତା କ୍ରମାଗତ ଭାବେ ଢାଲୁ ହୋଇ ତଳ ରାସ୍ତା ସହିତ ସଂଯୋଗ ହେଉଛି।୨ ରାସ୍ତାର ସଂଯୋଗ ସ୍ଥଳରେ ଅନାବଶ୍ୟକ ଭାବେ ସାଢେ ୩ ରୁ ୪ ଫୁଟର ଉଚ୍ଚର ବିରାଟ କଲଭଟ୍ ନିର୍ମାଣ ହେଉଛି। ଯାହାକୁନେଇ ସଚେତନ ଲୋକ ଆପତ୍ତି ଉଠାଇଛନ୍ତି।ପୁଣି ଏହି କଲଭଟ ଡାହାଣ ପଟରୁ ବାମ ପାର୍ଶ୍ୱକୁ ଢାଲୁ କରାଯାଇଛି । ଆରମ୍ଭରୁ ଏହି କଲଭଟ୍ ପୁଣି କ୍ରେକ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହା ଆଗାମୀ ଦିନ ପାଇଁ କାଳ ସାଜିବା ଆଶଙ୍କା କରୁଥିବା କୁହାଯାଉଛି। ପୁଣି ଏହି କଲଭଟ ଭାରିଯାନ ସହିତ ୨ ଚକିଆ ବାଇକ ପାଇଁ ବିପତ୍ତି ପରି ରହିଥିବାରୁ ମହାନଗର ନିଗମ ବିଭାଗୀୟ କର୍ତ୍ତୁପକ୍ଷ ଓ ଠିକା ସଂସ୍ଥା ଏହାର ତଦାରଖ କରି ଉନ୍ନତ ମାନର କାମ କରିବାକୁ ୱାର୍ଡବାସୀ ଦାବି ଜଣାଇଛନ୍ତି।