Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍ ଦୁର୍ଘଟଣା; ପରିଚୟ ମିଳୁଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର: ଲୋମହର୍ଷଣକାରୀ ବାହାନଗା ଟ୍ରେନ୍ ଦୁର୍ଘଟଣା। ମିଳୁନି ମୃତଦେହର ପରିଚୟ। ଚାଲିଛି ଡିଏନ୍ଏ ଟେଷ୍ଟ। ତେବେ ମୃତଦେହର ପଚିଚୟ ଜାଣିବା ପାଇଁ ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

ଏଯାଏ ୫୨ଟି ମୃହଦେହ ଚିହ୍ନଟ ହୋଇନି। ଏଥିପାଇଁ ଡିଏନଏ ନମୁନା ନିଆଯାଇଛି । ଆଜି ଏହି ନମୁନା ଦିଲ୍ଲୀ ଏମ୍ସକୁ ଟେଷ୍ଟ ପାଇଁ ପଠାଯିବ। ଏ ନେଇ ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଯେ ମୃତଦେହ ଗୋଟିଏ ଜାଗାରେ ରହିଲେ ହସ୍ତାନ୍ତର କରିବାକୁ ସୁବିଧା ହେବ। ସେଥିପାଇଁ ସବୁ ମୃତଦେହକୁ ଏମସ ଅଣାଯିବ। ସେଠାରୁ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ଡିଏନଏ ଟେଷ୍ଟ ମାଧ୍ୟମରେ ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ